କନକ ବ୍ୟୁରୋ: ଓଡିଶାକୁ ରେମଡିସିଭର, ଫାଭିଫ୍ଲୁ ଭଳି ଔଷଧ କିଛି ମେଡିକାଲକୁ ଆସିସାରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ତେବେ କରୋନାର ଦୁଇଟି ମେଡିସିନ ବାହାରିଥିବା ବେଳେ ଏଥିରୁ ରେମଡେସିଭିର ମେଡିସିନ ରାଜ୍ୟର କେତେକ କୋଭିଡ୍ ହସ୍ପିଟାଲକୁ ଆସିଥିବା ବେଳେ ଖୁବ୍ ଶୀଘ୍ର ଏହା ବାକି ମେଡିକାଲମାନଙ୍କୁ ମଧ୍ୟ ଆସିଯିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । ଯେହେତୁ ଜାତୀୟ ସ୍ତରରେ ଓଡିଶା ହଟସ୍ପର୍ଟ ଏରିଆ ନୁହେଁ ତେଣୁ ରାଜ୍ୟକୁ ଧିରେ ଧିରେ କରୋନା ମେଡିସିନ୍ ଆସିବ ବୋଲି ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ଡ୍ରଗ୍ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ ଜରିଆରେ ରେମଡେସିଭିର ଔଷଧ ବଜାରକୁ ଛାଡିବାକୁ ଅନୁମତି ମିଳିଥିଲା । ଏବଂ ଅନୁମତି ପାଇବା ପରେ ରେମଡେସିଭିର ଔଷଧ ବଜାରକୁ ଆସିଥିଲା । ତେବେ କୋଭିଡ୍-୧୯ରେ ସଂକ୍ରମିତ ଗୁରୁତ୍ୱର ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧର ବ୍ୟବହାର କରାଯାଇଥାଏ । ଆମେରିକାର ଏଫଡିଏ, ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଗିଲିୟଡ ସାଇସେଜର ରେମଡେସିଭିରକୁ କରୋନା ଭୂତାଣୁର ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଥିଲା । ଅନ୍ୟପଟେ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଗ୍ଲୋନମାର୍କ କରୋନା ରୋଗର ଚିକିତ୍ସା ପାଇଁ ବଜାରକୁ ଆଣିଛି ଔଷଧ । ଏହି ଔଷଧର ନାଁ ରହିଛି ଫାବି-ଫ୍ଲୁ । ତେବେ କରୋନା ଭୁତାଣୁ ଦ୍ୱାରା କମ୍ କିମ୍ବା ମଧ୍ୟମ ଧରଣର ଆକ୍ରାନ୍ତ ହୋଇଥିଲେ ଏହି ଔଷଧ ଖାଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/25-18.jpg)