କନକ ବ୍ୟୁରୋ : କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ମାଓ କମାଣ୍ଡର । ମୃତ ମାଓବାଦୀ ହେଲେ ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିର ଟେକନିକାଲ ୱିଙ୍ଗର ମୁଖ୍ୟ କୋର୍ସା ଗଙ୍ଗା ଓରଫ ଆୟୁତ । ଦୀର୍ଘ ଦିନ ହେଲା ସେ ଜ୍ୱରରେ ପିଡ଼ିତ ଥିଲେ । ଚିକିତ୍ସା ପାଇଁ ତାଙ୍କୁ ତେଲେଙ୍ଗାନା ଭଦ୍ରାଦୀ କୋଥାମଗୁଡ଼ମ ଜିଳ୍ଲାର ଖମାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ୩ଜଣ ସାଥୀ ମାଓବାଦୀ ।
କରୋନା ପରୀକ୍ଷା ପରେ ତାଙ୍କର ପଜିଟିଭ ଆସିଥିଲା । ତେବେ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ତେବେ କୋର୍ସାଙ୍କୁ ମେଡ଼ିକାଲରେ ଭର୍ତ୍ତି କରି ଫେରୁଥିବା ୩ଜଣ ମାଓବାଦୀଙ୍କୁ ପୋଲିସ ଗିରଫ କରିଥିବା ନେଇ ସୁଚନା ଦେଇଛନ୍ତି ଭଦ୍ରାଦି କୋଥାଗୁଡ଼େମ ଏସପି ସୁନୀଲ ଦତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/9-15.jpg)