ଚୀନ୍ କୁ ଚୁପ୍ କରିଛି କରୋନା ଭାଇରସ୍ : ୨୧.୫ ମିଲିୟନ୍ ଲୋକ ରହୁଥିବା ସଡ଼କରେ ବୁଲୁଛନ୍ତି ଭୁତ , ଯାଞ୍ଚ୍ ପାଇଁ ଲୋକଙ୍କୁ ଘରୁ ଭିଡ଼ି ନେଉଛନ୍ତି ଚିକିତ୍ସାକାରୀ ଦଳ ।

750

ଚୀନ୍ କୁ ଚୁପ୍ କରିଦେଇଛି କରୋନା ଭାଇରସ୍ । ଭୟଙ୍କର ଭୁତାଣୁର ମୃତ୍ୟୁ ତାଣ୍ଡବ ୮୦୦ ଲୋକଙ୍କ ଜୀବନ ନେଇଗଲାଣି ଆହୁରି ହଜାରରୁ ଅଧିକ ଲୋକ ଭୁତାଣୁ ସଂସ୍ପର୍ଶରେ ଆସିଛନ୍ତିି । ଭାଇରସ୍ କୁ ଘଉଡାଇବା ପାଇଁ ସରକାରଙ୍କୁ ଏବେ କ୍ରୁରତାର ମାର୍ଗ ଆପଣାଇବାକୁ ପଡୁଛି । ସଂନ୍ଦିଗ୍ଧଙ୍କ ଯାଞ୍ଚ୍ କରିବା ପାଇଁ ଘରୁ ଲୋକଙ୍କୁ ଉଠାଇ ନେଉଛନ୍ତି ଯାଞ୍ଚ୍ ଟିମ୍ । ରାସ୍ତାରେ କେହି ଯାଉଥିଲେ ତାଙ୍କୁ ଉଠାଇ ଲ୍ୟାବ୍ ନେଉଛନ୍ତି ଟିମ୍ । ବୁହାନ୍ ର ଚାଙ୍ଗାକ୍ୱିଙ୍ଗ୍ ଗାର୍ଡନର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ଚିକିତ୍ସାକର୍ମୀ ଜଣେ ବ୍ୟକ୍ତିଙ୍କୁ ଗୋଡ଼ହାତ ଟାଙ୍ଗି ନେଉଥିବା ଭିଡିଓ ଦେଖାଯାଉଛି । ମାସ୍କ ନ ପିନ୍ଧା ଲୋକଙ୍କ କଥା ତ କହିଲେ ନ ଚଳେ ଏଭଳି ଲୋକଙ୍କୁ ପୋଲିସ୍ କିମ୍ବା ଚିକିତ୍ସାକର୍ମୀ ଦଳ ଦେଖିଲେ ଭିଡିଭିଡି ନେଇ ଗାଡିରେ ପୁରାନ୍ତି । ଲୋକମାନେ ବି ମାସ୍କ ନ ପିନ୍ଧି ନିଜ ପାଇଁ ଗାତ ଖୋଳିବା ଭଳି କାମ କରୁଛନ୍ତି । ଭଲରେ ଡାକିଲେ କେହି ଲ୍ୟାବ୍ ଆସୁନାହାନ୍ତି ତେଣୁ ଉଠାଇ ନେଉଛନ୍ତି ଚିକିତ୍ସାକାରୀ ଦଳ । ପୋଲିସ୍ ପୁରୁଷ , ମହିଳା , ଶିଶୁ କାହାରିକୁ ଖାତିର କରୁନି ସରକାରଙ୍କ ନିର୍ଦ୍ଦେଶରେ ସମସ୍ତଙ୍କୁ ଉଠାଇନେଇ ଗାଡିରେ ପୁରାଉଛି ।

ଚୀନ୍ ସରକାର ଆଦେଶ ଦେଇଛନ୍ତି ଯେ ଚୀନ୍ ର ପ୍ରତିଟି ନାଗରିକଙ୍କ କରୋନା ଭାଇରସ୍ ର ଯାଞ୍ଚ୍ କରାଯାଉ । କିଛି ଲୋକ ଏହି ଯାଞ୍ଚ୍ ରୁ ବଂଚିବାକୁ ଚାହୁଁଛନ୍ତି । କାରଣ ଥରେ ଯାଞ୍ଚ୍ କରିବାକୁ ଗଲେ ସମାଜରୁ ସଂପର୍କ ଚ୍ଛିନ୍ନ ହେବାର ସମ୍ଭାବନା ଥିବାରୁ ଲୋକ ଏହାର ବିରୋଧ କରୁଛନ୍ତି ।

ତେବେ ଖାଲି ଲୋକଙ୍କ ଉପରେ ନୁହଁ କରୋନାର ପ୍ରଭାବ ସହରରେ ମଧ୍ୟ ଦେଖିବାକୁ ମିଳୁଛି । ବ୍ୟସ୍ତ ରହୁଥିବା ଚୀନ୍ ସହର ବର୍ତ୍ତମାନ ଚୁପ୍ ହୋଇଯାଇଛି । କର୍ଫ୍ୟୁ ଲାଗିଲା ଭଳି କାଁ ଭାଁ ଲୋକ ଏବଂ ତାଙ୍କ ମୁହଁରେ ମାସ୍କ୍ , ଗୋଟିଏ ଦୁଇଟି ଗାଡି ହିଁ ଦେଖିବାକୁ ମିଳୁଛି । ୨୧.୫ ମିଲିୟନ୍ ଲୋକ ଥିବା ବେଜିଙ୍ଗ୍ ର ସଡ଼କରେ ଏବେ ଭୁତ ବୁଲୁଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଖାଲି ବେଜିଙ୍ଗ୍ ନୁହଁ ସଂଘାଇରେ ମଧ୍ୟ ସମାନ ଅବସ୍ଥା ।