କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ବସ,ଟ୍ରେନ,ବିମାନ ଉଡାଣ ଉପରେ କଟକଣା ଜାରି ରହିବ । ଟ୍ରେନରେ ଯାତ୍ରୀ ପରିବହନ ବନ୍ଦ ରହିବ । ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିବ । ଟ୍ୟାକ୍ସି, ଅଟୋ,ରିକ୍ସା ମଧ୍ୟ ଚାଲିବନି । ଆନ୍ତଃ ଜିଲ୍ଲା ଓ ରାଜ୍ୟ ମଧ୍ୟ ଚଳାଚଳ ଉପରେ କଟକଣା । ସମସ୍ତ ଶିକ୍ଷାନୁଷ୍ଠାନ ସହ କୋଚିଂ ସେଂଟର ବନ୍ଦ ରହିବ ।
ସାମାଜିକ,ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରହିବ । ସର୍ବସାଧାରଣରେ ଛେପ ପକାଇଲେ ଜରିମାନା ଦେବାକୁ ପଡିବ । ଅଫିସ ଓ ସାର୍ବଜୀନ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ବାଧ୍ୟ । କୃଷି ସଂପର୍କିତ ସମସ୍ତ କାମ ଓ ନରେଗା କାମ ଜାରି ରହିବ । ବ୍ୟାଙ୍କ ଶାଖା ଓ ଏଟିଏମ ଖୋଲା ରହିବ । ଦୁଗ୍ଧ ବିକ୍ରି, ବିତରଣ ଓ ସଂଗ୍ରହ ଚାଲୁ ରହିବ । ପୂର୍ବପରି ସମସ୍ତ ମଲ, ସିନେମା ହଲ, ବାର ମଧ୍ୟ ବନ୍ଦ ରହିବ ।
କେନ୍ଦ୍ରର ନୂଆ ଗାଇଡଲାଇନ: କଣ ଖୋଲା ରହିବ ? କଣ ବନ୍ଦ ରହିବ ?
- ସମସ୍ତ ପ୍ରକାର ପରିବହନ ଉପରେ କଟକଣା ଜାରି
- ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ
- ବସ୍, ରେଳ, ମେଟ୍ରୋ, ବିମାନ ଉଡାଣ ଉପରେ କଟକଣା
- ଟ୍ରେନ ଯୋଗେ ଯାତ୍ରୀ ପରିବହନ ବନ୍ଦ ରହିବ
- ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ଉପରେ କଟକଣା ଜାରି
- ହଟସ୍ପଟ ଅଞ୍ଚଳରେ କଟକଣା କଡାକଡି
- ଆନ୍ତଃ ଜିଲ୍ଲା ଓ ରାଜ୍ୟ ମଧ୍ୟରେ ଚଳାଚଳ ଉପରେ କଟକଣା
- ସିନେମା ହଲ, ମଲ, ଜିମ୍ ଓ ବାରଗୁଡିକ ବନ୍ଦ ରହିବ
- ସାମାଜିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରହିବ
- ଅଫିସ ଓ ସାର୍ବଜନୀନ ସ୍ଥାନରେ ସାମାଜିକ ଦୂରତା ବଜାୟ ରହିବ
- ଧାର୍ମିକ ସ୍ଥଳରେ ସାଧାରଣ ଲୋକଙ୍କୁ ପୂଜାପାଠ ମନା
- ସର୍ବସାଧାରଣରେ ଛେପ ପକାଇଲେ ଜରିମାନା
- କୃଷି ସମ୍ପର୍କିତ ସମସ୍ତ କାର୍ଯ୍ୟ ଜାରି ରହିବ
- ବ୍ୟାଙ୍କ ଶାଖା ଓ ଏଟିଏମ ଖୋଲା ରହିବ
- ମନରେଗା କାମ ଜାରି ରହିବ
- ଦୁଗ୍ଧ ବିକ୍ରି, ବିତରଣ ଓ ସଂଗ୍ରହ ଜାରି ରହିବ
- ଔଷଧ ବିତରଣ କେନ୍ଦ୍ର ଖୋଲା ରହିବ
- ଗ୍ରାମାଞ୍ଚଳରେ ରାସ୍ତା କାମ ସହ କୃଷି କାର୍ଯ୍ୟ ଜାରି ରହିବ
- ରାସନ ସାମଗ୍ରୀ, ଫଳ, ପନିପରିବା, ମାଛ, ମାଂସ ଦୋକାନ ଖୋଲା ରହିବ
- ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ମିଡିଆ, ବ୍ରଡକାଷ୍ଟିଂ, DTH ସେବା ଜାରି ରହିବ
- କୋରିଅର ସେବା କାମ କରିବାକୁ ଅନୁମତି