ମେ’ ୪ରୁ ପୁଣି ୧୪ ଦିନିଆ ଲକଡାଉନ୍ । ନୂଆ ଗାଇଡଲାଇନରେ ରେଡ୍ ଜୋନ୍ ପାଇଁ କ’ଣ ରହିବ କଟକଣା, ରେଡ୍ ଜୋନରେ ରହିଛି ଓଡ଼ିଶାର ତିନି ଜିଲ୍ଲା
କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ମେ ୩ରେ ସରିବାକୁ ଯାଉଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି । ଆସନ୍ତା ମେ, ୧୭ ତାରିଖ ଯାଏଁ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ଗୃହମନ୍ତ୍ରଣାଳୟ ଏନେଇ ପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ଏଥର ଲକଡାଉନ ନିୟମାବଳୀରେ କେତେକ ସଂଶୋଧନ କରାଯାଇଛି । ଗ୍ରୀନ ଜୋନ, ରେଡ ଜୋନ, ଅରେଞ୍ଜ ଜୋନ ଓ କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଅଲଗା ଅଲଗା ଗାଇଡଲାଇନ ଘୋଷଣା କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ଅଧିକ କଠୋର କଟକଣା କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଘୋଷଣା କରାଯାଇଛି । ଏହା ପଛକୁ ରହିଛି ରେଡ ଜୋନ ଚିହ୍ନଟ ଅଞ୍ଚଳ ବା ହଟସ୍ପଟ ଜିଲ୍ଲା । ସମସ୍ତ ଜୋନରେ ଲାଗୁ କଟକଣା ବ୍ୟତୀତ ଏହି ଜିଲ୍ଲାଗୁଡ଼ିକରେ ନିମ୍ନ ଲିଖିତ ଗୁଡ଼ିକ ଉପରେ ନିଷେଧାଜ୍ଞା ରହିବ। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର ଓ ଯାଜପୁରକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି ।
ଏହିଗୁଡ଼ିକ ବନ୍ଦ ରହିବ..
- ସାଇକେଲ ରିକ୍ସା ଓ ଅଟୋରିକ୍ସା
- ଟାକ୍ସି ଓ କ୍ୟାବ ଆଗ୍ରିଗେଟର (ଓଲା, ଉବେର ଆଦି ସେବା)
- ଜିଲ୍ଲା ଭିତରେ ଓ ବାହାରକୁ ବସ ଚଳାଚଳ
- ସେଲୁନ, ସ୍ପା, ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ
- ସପିଂ ମଲ, ସପିଂ କଂପ୍ଲେକ୍ସ ବନ୍ଦ ରହିବ ।
ନିମ୍ନଲିଖିତ କେତେକ ସର୍ତ୍ତ ସହ ଏହି ସବୁ କାର୍ଯ୍ୟକୁ ଅନୁମତି ଦିଆଯାଇଛି..
- . ଅନୁମତିପ୍ରାପ୍ତ ଗାଡ଼ି ଚଳାଚଳ । ଚାରିଚକିଆ ଯାନରେ ଡ୍ରାଇଭରକୁ ଛାଡ଼ି ଦୁଇଜଣ ଯାତ୍ରୀ । ଦୁଇଚକିଆ ଯାନରେ କେବଳ ଜଣେ ।
- . ଗ୍ରାମାଞ୍ଚଳରେ ଶିଳ୍ପସଂସ୍ଥା ଚାଲିପାରିବ । ସହରାଞ୍ଚଳରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନିର୍ମାଣ କରୁଥିବା ଶିଳ୍ପ ସଂସ୍ଥା, ଏସଇଜେଡରେ ଥିବା ସଂସ୍ଥା ଚାଲିପାରିବ ।
- . କେବଳ ସ୍ଥାନୀୟ ଶ୍ରମିକଙ୍କୁ ନେଇ ସାମାଜିକ ଦୂରତ୍ୱ ବଜାୟ ରଖି ନିର୍ମାଣ କାମ କରାଯାଇପାରିବ ।
- . ଗୋଟିକିଆ ଦୋକାନ, ଆବାସିକ କଲୋନୀ ନିକଟରେ ଥିବା ଦୋକାନ ଚାଲିପାରିବ ।
- . ଗ୍ରାମାଞ୍ଚଳରେ ସବୁ ଦୋକାନ ଚାଲିପାରିବ ।
- . କେବଳ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଇ-କମର୍ସ କମ୍ପାନିଙ୍କୁ ଅନୁମତି
- . ଘରୋଇ ଅଫିସ ଗୁଡ଼ିକ କେବଳ ୩୩ ପ୍ରତିଶତ କର୍ମଚାରୀ ରଖି କାମକରିବେ । ଅନ୍ୟମାନେ ଘରୁ କାମ କରିବେ ।
- . ସରକାରୀ କାର୍ଯ୍ୟାଳୟ କ୍ଷେତ୍ରରେ ଉପ-ସଚିବ ପାହ୍ୟା କିମ୍ବା ଉପର ପାହ୍ୟାର ଅଧିକାରୀ ଅଫିସକୁ ଆସିପାରିବେ । ଅନ୍ୟକର୍ମଚାରୀଙ୍କ ମଧ୍ୟରୁ ୩୩ ପ୍ରତିଶତ ଆବଶ୍ୟକତା ଅନୁସାରେ ଆସିପାରିବେ । ତେବେ ପ୍ରତିରକ୍ଷା, ପୁଲିସ, ସ୍ୱାସ୍ଥ୍ୟସେବା, ଅଗ୍ନିଶମ ସେବା, ଏଫସିଆଇ, ଜେଲ, କଷ୍ଟମ୍ସ, ହୋମଗାର୍ଡ, ପୌରସେବା ଆଦି ଜରୁରୀ ଅଫିସ ପାଇଁ ଏହା ଲାଗୁ ହେବ ନାହିଁ ।