ବିଶ୍ୱରେ ଭାରତ ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ : ରୁଷକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଗଲା ଭାରତ । ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୯୦ ହଜାର ଉପରେ । ଆଗକୁ ସ୍ଥିତି ଆହୁରି ବିଗିଡିବା ଆଶଙ୍କା 

503

କନକ ବ୍ୟୁରୋ :  କରୋନା ସଂକ୍ରମଣ କ୍ଷେତ୍ରରେ ବିଶ୍ୱର ସର୍ବାଧିକ ଆକ୍ରାନ୍ତ ଦେଶର ତାଲିକାର ତୃତୀୟ ସ୍ଥାନକୁ ଉଠିଛି । ରୁଷକୁ ଟପି ଭାରତ ଏବେ ବିଶ୍ୱର ତୃତୀୟ ନଂବର ଆକ୍ରାନ୍ତ ଦେଶ ହୋଇଛି । ରାଜ୍ୟ ସରକାରଙ୍କ ତଥ୍ୟକୁ ନେଇ ରବିବାର ସଂଧ୍ୟା ସୁଦ୍ଧା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୦ ହଜାର ୩୯୬ । ତେବେ ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ରିପୋର୍ଟ ଅନୁସାରେ ରୁଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୮୦ ହଜାର ୨୮୩ ରହିଛି । ଭାରତ ଉପରେ ଅଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଏବେ କେବଳ ଆମେରିକା ଓ ବ୍ରାଜିଲ ରହିଛନ୍ତି । ଆମେରିକାରେ ୨୮ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବ୍ରାଜିଲରେ ୧୫ଲକ୍ଷରୁ ଅଧିକ ସଂକ୍ରମିତ ଠାବ ହୋଇଛନ୍ତି ।