କନକ ବ୍ୟୁରୋ: ଚିନ୍ତା ବଢାଉଛି ଖୋର୍ଦ୍ଧା । ଖୋର୍ଦ୍ଧାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୭୪୦ରେ ପହଚିଂଛି । ୭ ହଜାର ୨୦୩ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୨ ହଜାର ୪୫୫ ଜଣ ଏଯାଏ ସୁସ୍ଥ ହୋଇଛନ୍ତି । ଆଜି ଖୋର୍ଦ୍ଧାରେ ଜଣଙ୍କର ଓ ଭୁବନେଶ୍ୱରରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଏଯାଏ ୭୨ ଜଣଙ୍କ ଖୋର୍ଦ୍ଧାରେ କରୋନାରେ ମୃତ୍ୟୁ ହେଲାଣି ।
ସେହିପରି କଟ୍କରେ ମଧ୍ୟ କିଛି ଦିନ ହେବ ଦୈନିକ ସଂକ୍ରମଣ ସଂଖ୍ୟା ୨ ଶହ ୩ ଶହ ଉପରେ ରହୁଛି । ଆଜି ୩୮୪ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୭୪୮ ରେ ପହଚିଂଛି । ସେମାନଙ୍କ ମଧ୍ୟରୁ ୩ ହଜାର ୩୭୫ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୬ହଜାର ୩୩୩ଏଯାଏ ସୁସ୍ଥ ହୋଇଛନ୍ତି । ସେହିପରି କଟକରେ କରୋନାରେ ଏଯାଏ ୩୬ ଜଣଙ୍କ ମୃତ୍ୟୁ ହେଲାଣି ।
ପୁରୀରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୁରୀରେ ଆଜି ୨୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପୁରୀରେ ୪ ହଜାର ୨୪୫ରେ ପହଚିଂଛି । ହଜାରେ ୧୮୬ ସକ୍ରିୟ ସଂକ୍ରମିତ ଥିବା ବେଳେ ୩ ହଜାର ୪୦ ଜଣ ଏଯାଏ ପୁରୀରେ ସୁସ୍ଥ ହେଲେଣି । ଏଯାଏ ପୁରୀରେ ୧୬ ଜଣଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ହେଲାଣି ।