ଖବରକାଗଜ ପ୍ରତି ନାହିଁ କରୋନା ବିପଦ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଖବରକାଗଜ ଯୋଗୁଁ କରୋନା ବ୍ୟାପିବାର ଏଯାଏଁ ଆସନି କୌଣସି ପ୍ରମାଣ । ପେପର ପଢ଼ିବାରେ ନାହିଁ କୌଣସି ସମସ୍ୟା । ସୋସିଆଲ ମିଡ଼ିଆରେ ଜନତାଙ୍କ ସହ କଥାବାର୍ତା ବେଳେ ଦେଲେ ସୂଚନା । 

191

କନକ ବ୍ୟୁରୋ : ଖବରକାଗଜ ପ୍ରତି ନାହିଁ କରୋନା ବିପଦ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି, ଖବରକାଗଜ ଯୋଗୁଁ କରୋନା ବ୍ୟାପିବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଆସିନାହିଁ । ତେଣୁ ପେପର ପଢ଼ିବାରେ କୌଣସି ଅସୁବିଧା ନାହିଁ । ସୋସିଆଲ ମିଡିଆରେ ଜନତାଙ୍କ ସହ କଥାବାର୍ତାବେଳେ ଏହି ସୂଚନା ଦେଇଛନ୍ତି ହର୍ଷବର୍ଦ୍ଧନ ।

ଖବରକାଗଜ ଦ୍ୱାରା କରୋନା ଭୂତାଣୁ ବ୍ୟାପିଥାଏ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲ । ଏହି ଚର୍ଚ୍ଚା ପରେ ଖବରକାଗଜ ଦ୍ୱାରା କରୋନା ବ୍ୟାପିବାର କୌଣସି ପ୍ରମାଣ ମିଳିନଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ଏପରିକି କେତେକ ଖବରକାଗଜ ସଂସ୍ଥା ସେମାନଙ୍କ ପ୍ରିଂଟକୁ ବନ୍ଦ ମଧ୍ୟ କରିଦେଇଥିଲେ । ତେବେ ପରେ ଖବରକାଗଜ ପ୍ରକାଶନ ଧିରେ ଧିରେ ସ୍ୱାଭାବିକ ହେଉଛି ।