ବନ୍ୟପ୍ରାଣୀଙ୍କୁ କରୋନା ଭୟ…ଅଭୟାରଣ୍ୟ ଉପରେ ଦୃଷ୍ଟି ରଖିବାକୁ ପରାମର୍ଶ: ସିସି କ୍ୟାମେରା ଦ୍ୱାରା ଜୀବଜନ୍ତୁଙ୍କ ଗତିବିଧି ଉପରେ ୨୪ ଘଂଟା ନଜର ରଖିବାକୁ ନିର୍ଦ୍ଦେଶ

170

କନକ ବ୍ୟୁରୋ: ଜୀବଜନ୍ତୁଙ୍କୁ କରୋନା ଭୁତାଣୁ ସଂକ୍ରମଣ ହେଉଥିବା ଜଣାପଡିବା ପରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୀ ପରିବର୍ତ୍ତନ ମନ୍ତ୍ରାଳୟ ନିଜ ହଜି ଯାଇଛି । ଭାରତେରେ ଯେମିତି ସେଭଳି ସ୍ଥିତି ନହୁଏ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ଦେଶରେ ଥିବା ଚିଡିଆଖାନା ଉପରେ ଦୃଷ୍ଟି ରଖିବାକୁ କୁହାଯାଇଥିଲା । ବର୍ତ୍ତମାନ ଦେଶରେ ଥିବା ବନ୍ୟଜନ୍ତୁ ପାର୍କ, ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପଗୁଡିକରେ ଯେମିତି କରୋନା ନ ବ୍ୟାପିବ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।

ମନ୍ତ୍ରାଳୟର ବନ୍ୟଜନ୍ତୁ ଡିଜିଜନ ପକ୍ଷରୁ ଏକ ନିର୍ଦ୍ଦେଶାହଳ ଜାରି କରାଯାଇ କୁହାଯାଇଛି ଯେ, ଦେଶରେ ଥିବା ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳରେ ଥିବା ଜୀବଜନ୍ତୁଙ୍କୁ କିଭଳି କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ ସେ ଦିଗରେ ଦୃଷ୍ଟି ଦିଆଯାଉ । ଆହୁରୀ ମଧ୍ୟ କୁହାଯାଇଛି ଯେ, ଏହି ଭୁତାଣୁ ମଣିଷଙ୍କଠାରୁ ବନ୍ୟଜନ୍ତୁଙ୍କୁ ସଂକ୍ରମଣ ହୋଇପାରେ । ତେଣୁ ଉକ୍ତ ସ୍ଥାନଗୁଡିକରେ ଯେପରି ଲୋକଙ୍କଠାରୁ ବନ୍ୟଜନ୍ତୁଙ୍କୁ ସଂକ୍ରମଣ ନ ହେବ ସେଥିପାଇଁ ଆବଶ୍ୟକ ପ୍ରତିଶୋଧକମୂଳକ ପଦକ୍ଷେପ ନିଆଯାଉ । ଜୀବଜନ୍ତୁଙ୍କୁ ମଣିଷଠାରୁ ଦୂରେଇ ରଖିବା ପାର୍କଗୁଡିକରେ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇବା, ଏଭଳି ପରିସ୍ଥିତିରେ ତୁରନ୍ତ ମୁକାବିଲା ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଯଥା ରାପିଡ୍ ଆକ୍ସନ ଫୋର୍ସ ଗଠନ, ପ୍ରାଣୀ ଚିକିତ୍ସକ ଓ କ୍ଷେତ୍ର କର୍ମଚାରୀଙ୍କୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି ।

ଏଥିସହ ଜୀବଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ୨୪ ଘଂଟିଆ କେ ଖବର ସଂଗ୍ରହ ବ୍ୟବସ୍ଥା , ସିସି କ୍ୟାମେରା ଦ୍ୱାରା ଜୀବଜନ୍ତୁଙ୍କ ଗତିବିଧି ଉପରେ ଜନର ରଖିବା, ଜରୁରୀକାଳୀନ ଭିତ୍ତିରେ ଜୀବଜନ୍ତୁଙ୍କ ଚିକିତ୍ସା କରିବା, ସେମାନଙ୍କ ସୁରକ୍ଷା ପାଇଁ ପ୍ରାକୃତିକ ପରିବେଶରେ ଛାଡିଦେବା, ରୋଗ ଚିହ୍ନଟ କରିବା ପାଇଁ ମ୍ୟାପିଂ ସର୍ଭେଲାନ୍ସ ଓ ମନିଟରିଂ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ରାଜ୍ୟ ସରକାର ଏ ଦିଗରେ କି କି ପଦକ୍ଷେପ ନେଉଛନ୍ତି ସେ ବିଷୟରେ ନିୟମିତ ଭାବେ ଜଣାଇବାକୁ କୁହାଯାଇଛି ।