ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ୨୪ ଘଂଟାରେ ରେକର୍ଡ ସଂଖ୍ୟକ କୋଭିଡ୍ ଟେଷ୍ଟ, ଭାଙ୍ଗିଲା ଦିନିକିଆ ସଂକ୍ରମଣ ରେକର୍ଡ : ଦିନକରେ ୨୯ ଶହ ୯୩ ନୂଆ ଆକ୍ରାନ୍ତ, ଚିନ୍ତା ବଢାଇଲା ଖୋର୍ଧା

285

କନକ ବ୍ୟୁରୋ : କରୋନା ପରୀକ୍ଷା ଯେତିକି ବଢୁଛି, ସେହି ଅନୁରୂପରେ ବଢୁଛି ସଂକ୍ରମଣ । ଏହି ମ୍ୟାପ ଦର୍ଶାଉଛି, ରାଜ୍ୟର କେଉଁ ଜିଲ୍ଲାରେ କେତେ ସକ୍ରୀୟ କରୋନା ରୋଗୀ ଅଛନ୍ତି । ନାଲି ରଙ୍ଗରେ ଚିହ୍ନିତ ଜିଲ୍ଲା ଅର୍ଥାତ୍ ୨ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ୨ଶହରୁ ଅଧିକ ସକ୍ରୀୟ ଆକ୍ରାନ୍ତ ରହିଛନ୍ତି । ସକ୍ରୀୟ ରୋଗୀ ତାଲିକାରେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା । ଦ୍ୱିତୀୟ ସ୍ଥାନରେ ରହିଛି ଗଂଜାମ । ସକ୍ରୀୟ ରୋଗୀ ତାଲିକାରେ କଟକ ଜିଲ୍ଲା ରହିଛି ତୃତୀୟରେ ।

ଦିନକୁ ଦିନ ଗଂଜାମରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁ୍ଥିବା ବେଳେ ହୁ ହୁ ହୋଇ ବଢୁଛି ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା । ଆଉ ସେଥିରୁ ଅଧିକ ସଂଖ୍ୟକ ସଂକ୍ରମିତ ହେଉଛନ୍ତି ଭୁବନେଶ୍ୱରରୁ ।
ତିିନି ଦିନର ସଂକ୍ରମଣ

ଅଗଷ୍ଟ ୨୧ ରେ ଖୋର୍ଦ୍ଧା ରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୪୭୫, ସେଥିରୁ ଭୁବନେଶ୍ୱର ରେ ୩୨୪ ଆକ୍ରାନ୍ତ
ଅଗଷ୍ଟ ୨୨ – ଖୋର୍ଦ୍ଧା ରେ ୪୪୩ , ଭୁବନେଶ୍ୱର ରେ ୨୯୫
ଅଗଷ୍ଟ ୨୩ – ଖୋର୍ଦ୍ଧା ୬୦୬, ଭୁବନେଶ୍ୱର – ୩୧୭

ସେପଟେ ବିଏମସି କମିସନର ଶନିବାର ଦିନ କହିଥିଲେ ଏବେ ଭୁବନେଶ୍ୱରରେ ଶୀର୍ଷକୁ ଯାଉଛି ସଂକ୍ରମଣ ଏବଂ ସେପ୍ଟେମ୍ବର ମଝି ଆଡକୁ କେବଳ ଭୁବନେଶ୍ୱରରେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଛୁଇଁବା ସମ୍ଭାବନା ରହିଛି ।