ରାଜଧାନୀରେ ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ । ୪୦ଦିନ ପରେ ଗୁରୁବାର ୩୪୦ ସଂକ୍ରମିତ ଚିହ୍ନଟ

89

କନକ ବ୍ୟୁରୋ: ରାଜଧାନୀ ଦୀଲ୍ଲୀରେ ପୁଣି ଚିନ୍ତା ବଢାଇଲା କୋଭିଡ ସଂକ୍ରମଣ । ଏନେକ ଦିନର ବ୍ୟବଧାନ ପରେ ଏବେ ଦିଲ୍ଲୀରେ ପୁଣି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟ ବଢିବାରେ ଲାଗିଛି । ଗୁରୁବାର ଦିଲ୍ଲୀରେ ୩୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ୪୦ ଦିନ ଭିତରେ ସବୁଠୁ ଅଧିକ ବୋଲି କୁହାଯାଉଛି । ସେପଟେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡ ଜାରି ହୋଇଛି ।

ଯଦି ସ୍କୁଲରେ କୌଣସି ଶିକ୍ଷକ କିମ୍ବା ଛାତ୍ର ଛାତ୍ରୀ କରୋନାରେ ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ସ୍କୁଲକୁ ଅସ୍ଥାୟୀ ରୁପେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ବନ୍ଦ କରିବା ନେଇ ସ୍କୁଲ କର୍ତୁପକ୍ଷ ନିଷ୍ପତି ନେଇ ପାରିବେ ବୋଲି କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ପ୍ରାୟ କିଛି ମାସ ଧରି କରୋନା ସଂକ୍ରମଣ କମିବାକୁ ଲାଗିଥିଲା । ଏପରିକି ସାଧାରଣ ଜୀବନଯାତ୍ରା ଏକପ୍ରକାର ସ୍ୱାଭାବିକ ହୋଇଯାଇଥିଲା । ଏପରି ସମୟରେ ପୁଣି କରୋନା ସଂକ୍ରମଣ ବଢିବ।। ଚିନ୍ତା ବଢାଇଛି ।