କାମ କରୁ ନାହିଁ ଚୀନ୍ ଟିକା । ଚୀନ୍ ଟିକା ବ୍ୟବହାର କରୁଥିବା ଦେଶରେ ବଢ଼ୁଛି କରୋନା ସଂକ୍ରମଣ ।

266

କନକ ବ୍ୟୁରୋ: ଚାଇନା ପ୍ରସ୍ତୁତ କରୋନା ଟିକାକୁ ନେଇ ବଢୁଛି ଦ୍ୱନ୍ଦ । ଟିକା ନେବା ପରେ ବି ବଢି ଚାଲିଛି କରୋନା ସଂକ୍ରମଣ । ଚିନ ଠାରୁ ଟିକା କିଣିଥିବା ଦେଶ ଗୁଡିକରୁ ଏବେ ଏପରି କିଛି ରିପୋର୍ଟ ସାମ୍ନାକୁ ଆସୁଛି । ଚୀନ ଟିକାକୁ ନେଇ ଏବେ ଅନେକ ଦେଶ କିଛି ଏପରି ଦୃôଶ୍ୟ ଦେଖିବାକୁ ମିଳୁଛି । ମଙ୍ଗୋଲିଆ, ସସେଲ୍ସ, ଚିଲି ଏବଂ ବାହାରିନ୍ ଏହି ଚାରୋଟି ଦେଶ ଚୀନ ଟିକାରେ ନିଜ ଦେଶର ଲୋକଙ୍କୁ ଟିକାକରଣ କରୁଛନ୍ତି । ହେଲେ ଏହି ଦେଶ ଗୁଡିକରେ ଟିକା ନେବା ପରେ କରୋନା ସଂକ୍ରମଣ ବଢୁଥିବା ଲକ୍ଷ କରାଯାଉଛି ।

ମଙ୍ଗୋଲିଆରେ ୫୮ ପ୍ରତିଶତ ଲୋକେ ଏବଂ ସସେଲ୍ସରେ ୭୨ ପ୍ରତିଶତ ଲୋକେ ଚୀନ ନିର୍ମିତ କରୋନା ଟିକାସିନୋଫାର୍ମ୍ସ ନେଇ ସାରିଛନ୍ତି । ହେଲେ ଏବେ ଏଠାରେ କରୋନା ସଂକ୍ରମଣରବେଗ ବଢି ଚାଲିଛି । ୟୁନିଭର୍ସିଟି ଅଫ ହଙ୍ଗକଙ୍ଗର ଭାଇରୋଲୋଜିଷ୍ଟ ଜିଙ୍ଗ ଡୋଙ୍ଗୟାନ୍ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ଇଂଟର୍ଭ୍ୟୁରେ କହିଛନ୍ତି – “ଯଦି ଚୀନର ଟିକା ପ୍ରଭାବଶାଳୀ ହୋଇଥାନ୍ତା ତାହାଲେ ଏହି ଦେଶ ଗୁଡିକରେ ସଂକ୍ରମଣ ଏତେ ତୀବ୍ରତାର ସହ ବଢି ନଥାନ୍ତା ।

ଭାରତ ଦେଖାଦେଖି ଚୀନ ମଧ୍ୟ ଭ୍ୟାକ୍ସିନ କୂଟନୀତିକୁ ବଢାଇବା ପାଇଁ ଅନେକ ଦେଶକୁ ଟୀକା ପହଁଚାଇଥିଲା । ହେଲେ ତାର ଅନ୍ୟ ସାମଗ୍ରୀ ଭଳି ଚୀନ ପ୍ରସ୍ତୁତ ଟୀକା ବି ଫଳପ୍ରଦ ହୋଇନାହିଁ ।

ସସେଲସରେ ଚୀନ ଟିକା ସିନୋଫାର୍ମ୍ସ ନେଇଥିବା ୧୦ ଲକ୍ଷ ଲୋକଙ୍କ ଭିତରୁ ୭୧୬ଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି । ବାହାରିନ୍ ଓ ୟୁଏଇ ପ୍ରଥମ ଦୁଇଟି ଦେଶ ଯେଉଁମାନେ ଚୀନ ଟିକା ସିନୋଫାର୍ମ୍ସକୁ ସ୍ୱିକୃତୀ ଦେଇଥିଲେ । ହେଲେ ସେତେବେଳେ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ ମଧ୍ୟ ହୋଇନଥିଲା । ଆଉ ଏଠାରେ ବି ଚୀନ ଟିକା ନେବା ପରେ କରୋନା ଭୂତାଣୁ ସଂକ୍ରମଣ ବଢି ଚାଲିଥିବା ଦେଖିବାକୁ ମିଳୁଛି ।

ଫାଇଜର ଓ ମଡେର୍ଣ୍ଣା ପ୍ରସ୍ତୁତ ଟୀକା ୯୦ ପ୍ରତିଶତ ପର୍ଯ୍ୟନ୍ତ ଫଳପ୍ରଦ ବୋଲି ଦାବି ହେଉଛି, ସେଠାରେ ଚୀନ ପ୍ରସ୍ତୁତ ସିନୋଫାର୍ମ୍ସ ୭୮ ପ୍ରତିଶତ ଏବଂ ସିନୋଭ୍ୟାକ୍ କେବଳ ୫୧ ପ୍ରତିଶତ ଫଳପ୍ରଦ । ସପେଟେ ଏହି ୪ଟି ଦେଶର କର୍ତୃପକ୍ଷ ଚୀନ ବିରୋଧରେ ଅଭିଯୋଗକୁ ସ୍ୱିକାର କରି ନାହାଁନ୍ତି । ସେମାନେ ନିଜ ଦେଶରେ ବଢୁଥିବା ସଂକ୍ରମଣର କାରଣ ଆଉକିଛି ବୋଲି କହିଛନ୍ତି ।