ସାରା ଦେଶରେ ବଢୁଛି କରୋନା ସଂକ୍ରମଣ : ଓଡିଶାରେ ସଂକ୍ରମଣ ରୋକିବାକୁ ଜୋରଦାର ହେବ ଟିକାକରଣ

ବିଜୁଳି, ପାଣି ଯୋଗାଣ ଓ ସଡକ ପରିବହନରେ ନିୟୋଜିତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଦିଆଯିବ ଟିକା

115

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଟିକାକରଣକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ସେହି କ୍ରମରେ ବିଜୁଳି ଓ ପାଇପ ପାଣି ଯୋଗାଣ କିମ୍ବା ସଡକ ପରିବହନ କାମରେ ନିୟୋଜିତ କର୍ମଚାରୀଙ୍କ ଟିକାକରଣ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ଏମାନଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବେ ବିଚାର କରି ପ୍ରାଥମିକତା ଭିତିରେ ଟିକାକରଣ କରିବା ପାଇଁ ଚିଠିରେ କୁହାଯାଇଛି । ୨୬ ମାର୍ଚ୍ଚରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଷ୍ଟିଅରିଂ କମିଟି ବୈଠକରେ ଏ ସଂପର୍କରେ ନିଷ୍ପତ୍ତି କରାଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ତେବେ ଏହି ସବୁ ବର୍ଗର ଲୋକ ଟିକା କେନ୍ଦ୍ରକୁ ଆସିବା ବେଳେ ବୈଧ ପରିଚୟପତ୍ର ସହ ନିଜ ସଂସ୍ଥାରୁ ପ୍ରଦାନ କରାଯାଇଥିବା ପରିଚୟ ପତ୍ର ମଧ୍ୟ ସାଙ୍ଗରେ ନେଇ ଆସିବାକୁ କୁହାଯାଇଛି ।