କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଟିକାକରଣକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ସେହି କ୍ରମରେ ବିଜୁଳି ଓ ପାଇପ ପାଣି ଯୋଗାଣ କିମ୍ବା ସଡକ ପରିବହନ କାମରେ ନିୟୋଜିତ କର୍ମଚାରୀଙ୍କ ଟିକାକରଣ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ।
ଏମାନଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବେ ବିଚାର କରି ପ୍ରାଥମିକତା ଭିତିରେ ଟିକାକରଣ କରିବା ପାଇଁ ଚିଠିରେ କୁହାଯାଇଛି । ୨୬ ମାର୍ଚ୍ଚରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଷ୍ଟିଅରିଂ କମିଟି ବୈଠକରେ ଏ ସଂପର୍କରେ ନିଷ୍ପତ୍ତି କରାଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ତେବେ ଏହି ସବୁ ବର୍ଗର ଲୋକ ଟିକା କେନ୍ଦ୍ରକୁ ଆସିବା ବେଳେ ବୈଧ ପରିଚୟପତ୍ର ସହ ନିଜ ସଂସ୍ଥାରୁ ପ୍ରଦାନ କରାଯାଇଥିବା ପରିଚୟ ପତ୍ର ମଧ୍ୟ ସାଙ୍ଗରେ ନେଇ ଆସିବାକୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/10-31.jpg)