ରାଜ୍ୟରେ କମୁଛି କରୋନା ସଂକ୍ରମଣ : ୩୦ ଜିଲ୍ଲାରୁ ୩୦୬୭ ପଜିଟିଭ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୫,୬୭୬କୁ ବୃଦ୍ଧି

614
କନକ ବ୍ୟୁରୋ : ରାଜ୍ୟରେ କମୁଛି ସଂକ୍ରମଣ । ୨୪ ଘଂଟାରେ ରାଜ୍ୟରେ ୩ ହଜାର ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬ ଜିଲ୍ଲାରେ ସଂକ୍ରମଣ ଶହେ ଉପରେ ରହିଛି । ଖୋର୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫୫ ଥିବାବେଳେ କଟକରେ ୨୩୦ ରହିଛି । ସେହିଭଳି ଅନୁଗୁଳରେ ୧୨୯, ବାଲେଶ୍ୱରରେ ୧୪୬, ମୟୁରଭଞ୍ଜରେ ୧୪୩ ଓ ପୁରୀରେ ୧୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୧୫ ହଜାର ୬୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସୁସ୍ଥ ଲକ୍ଷେ ୭୭ ହଜାର ୫୮୫ । ଆକ୍ଟିଭ ମାମଲା ରହିଛି ୩୭ ହଜାର ୨୧୦ ।
ରାଜ୍ୟରେ ୨୪ ଘଂଟାରେ ୧୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।  ଏମାନଙ୍କ ମଧ୍ୟରୁ ଭୁବନେଶ୍ୱର ଓ ବାଲେଶ୍ୱରରେ ୩ ଜଣ ଲେଖାଁଏ ପ୍ରାଣ ହରାଇଥଇବାବେଳେ କଟକରୁ ବି ୩ ଜଣ ପ୍ରାଣ ହରାଇଛନ୍ତି । ପୁରୀରୁ ୨ ଜଣ , ବଲାଙ୍ଗୀର, ନବରଙ୍ଗପୁର, ସୁନ୍ଦରଗଡ ଓ ଝୁରୁସୁଗୁଡାରୁ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି । ଏହା ସହ ମୃତ୍ୟୁସଂଖ୍ୟା ୮୨୮ରେ ପଂହଚିଛି ।