ରାଜ୍ୟରେ କମୁଛି କରୋନା ସଂକ୍ରମଣ । ସଂକ୍ରମଣ ହାର କମୁଛି ନି ନାହିଁ ଜାଣିବାକୁ ଆଇଏଲଏସ ପକ୍ଷରୁ ଆରମ୍ଭ ହୋଇଛି ଅଧ୍ୟୟନ । ୬ଟି ଜିଲ୍ଲାରୁ ନିଆଯାଇଛି ନମୁନା

Advertisment
ଶନିବାର ରାଜ୍ୟରେ ସଂକ୍ରମଣ ୧୦ହଜାର ଟପିବା ପରେ ଆଜି ତଳକୁ ଖସିଲା କରୋନା ମିଟର : ୨୪ ଘଂଟାରେ ୮୦୧୫ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟରେ ଏବେ କମି କମି ଚାଲିଛି କରୋନା ସଂକ୍ରମଣ । ସେପଟେମ୍ବର ୨୫ ତାରିଖରୁ ସଂକ୍ରମଣ କମିବାରେ ଲାଗିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ପୂର୍ବରୁ ଯେମିତି ୪୦ରୁ ୫୦ ହଜାର ଟେଷ୍ଟିଂ ହେଉଥିବା ଏବେ ବି ସମାନ ସଂଖ୍ୟକ ଟେଷ୍ଟ କରଯାଉଛି । ଜାନୁଆରୀ ୧୫ ଯାଏ ଟେଷ୍ଟିଂ ସଂଖ୍ୟା କମାଯିବ ନାହିଁ ।

ସଂକ୍ରମଣ କମିଛି ନା ବଢିଛି ସେ ନେଇ ଆଇଏଲଏସ ପକ୍ଷରୁ ଏକ ଅଧ୍ୟୟନ ଆରମ୍ଭ ହୋଇଛି । ସେପଟେମ୍ବର, ଅକ୍ଟୋବର, ନଭେମ୍ବରରେ ୬ଟି ଜିଲ୍ଲାର ନମୂନା ନେଇ ଅଧ୍ୟୟନ ଆରମ୍ଭ କରାଯାଇଛି । ସଂକ୍ରମଣ କମିଛି କି ନାହିଁ ଆସନ୍ତା ଗୋଟେ କିମ୍ବା ଦୁଇ ସପ୍ତାହରେ ଜଣାପଡିବ ବୋଲି ଅଜୟ ପରିଡା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe