କନକ ବ୍ୟୁରୋ : ରାଜ୍ୟରେ ଏବେ କମି କମି ଚାଲିଛି କରୋନା ସଂକ୍ରମଣ । ସେପଟେମ୍ବର ୨୫ ତାରିଖରୁ ସଂକ୍ରମଣ କମିବାରେ ଲାଗିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ପୂର୍ବରୁ ଯେମିତି ୪୦ରୁ ୫୦ ହଜାର ଟେଷ୍ଟିଂ ହେଉଥିବା ଏବେ ବି ସମାନ ସଂଖ୍ୟକ ଟେଷ୍ଟ କରଯାଉଛି । ଜାନୁଆରୀ ୧୫ ଯାଏ ଟେଷ୍ଟିଂ ସଂଖ୍ୟା କମାଯିବ ନାହିଁ ।
ସଂକ୍ରମଣ କମିଛି ନା ବଢିଛି ସେ ନେଇ ଆଇଏଲଏସ ପକ୍ଷରୁ ଏକ ଅଧ୍ୟୟନ ଆରମ୍ଭ ହୋଇଛି । ସେପଟେମ୍ବର, ଅକ୍ଟୋବର, ନଭେମ୍ବରରେ ୬ଟି ଜିଲ୍ଲାର ନମୂନା ନେଇ ଅଧ୍ୟୟନ ଆରମ୍ଭ କରାଯାଇଛି । ସଂକ୍ରମଣ କମିଛି କି ନାହିଁ ଆସନ୍ତା ଗୋଟେ କିମ୍ବା ଦୁଇ ସପ୍ତାହରେ ଜଣାପଡିବ ବୋଲି ଅଜୟ ପରିଡା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/10/corona-virus-getty.jpg)