କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୧୪ ଶହ ୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୬୭ ଜଣ ସଂଗରୋଧରୁ ଥିବା ବେଳେ ୬୨୭ ଜଣ ସ୍ଥାନୀୟ ଅଂଚଳକୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୫୩ ଜଣ ଆକ୍ରାନ୍ତ ଥିବା ବେଳେ କଟକରୁ ୧୧୨ଜଣ, ବାଲେଶ୍ୱରରୁ ୧୦୨ଜଣ, ମୟୂରଭଂଜରୁ ୯୩ଜଣ, ସୁନ୍ଦରଗଡ଼ରୁ ୯୬ଜଣ, ଅନୁଗୁଳରୁ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜି ମୋଟ ଆକ୍ରାନ୍ତଙ୍କୁ ମିଶାଇ ୨ ଲକ୍ଷ ୯୮ ହଜାର ୭୬୮ରେ ପହଂଚିଛି ସଂକ୍ରମିତଙ୍କ ସଂଖ୍ୟା । ୨ ଲକ୍ଷ ୮୩ ହଜାର ୫୩୩ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ଚିକିତ୍ସିତ ହେଉଛନ୍ତି ୧୩ ହଜାର ୭୮୯ଜଣ । ସେପଟେ ୨୪ ଘଂଟାରେ ୧୫ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୧୩ ଶହ ୯୩ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/16-15.jpg)