ରାଜ୍ୟରେ କମୁଛି କରୋନା ସଂକ୍ରମଣ : ଦିନକରେ ୧୬ଶହ ୧୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୧୩ ମୃତ

244

କନକ ବ୍ୟୁରୋ :  ରାଜ୍ୟରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଗତ ୨୪ ଘଂଟାରେ ୧୬ଶହ ୧୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୯୯କୁ ଛୁଇଁଛି । ସେହିପରି ଗତ ୨୪ ଘଂଟାରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ଅନୁଗୁଳ, ନୂଆପଡାରୁ ୨ ଜଣ ଲେଖାଏଁ ସଂକ୍ରମିତଙ୍କ ଜୀବନ ଯାଇଛି । କେନ୍ଦୁଝର, ଜଗତସିଂହପୁର ଓ ସମ୍ବଲପୁରର ଜଣେ ଲେଖାଏଁ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କଟକରୁ ୧୨୮, ସୁନ୍ଦରଗଡରୁ ୯୩, ମୟୂରଭଂଜ ୮୫, କଳାହାଣ୍ଡିରୁ ୮୪, ଜଗତସିଂହପୁର ୮୦, ଅନୁଗୁଳରୁ ୭୫, ବାଲେଶ୍ୱର ଓ ପୁରୀରୁ ୭୬ ଜଣ ଲେଖାଏଁ ନୂଆ ପଜିଟିଭ ମାମଲା । ସେହିପରି ବଲାଙ୍ଗୀରରୁ ୬୮, କେନ୍ଦ୍ରାପଡାୁ ୫୪,  କେନ୍ଦୁଝର ୫୩, ନୂଆପଡା ୫୯, ଢେଙ୍କାନାଳ ୪୫,  ବରଗଡ ୩୫, ଭଦ୍ରକ ଜିଲ୍ଲାରୁ ୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଅକ୍ଟୋବର ୨୫ ଓ ୨୬ ତାରିଖରେ ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଶହ ତଳେ ରହିଥିଲା ।

ହେଲେ ୨୭ ଓ ୨୮ ତାରିଖରେ ରାଜ୍ୟରୁ ଦେଢ ହଜାର ଉପରେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତମାନ ସୁଦ୍ଧା ୪୪ ଲକ୍ଷ ୬୩ ହଜାର ୫୫୯ ନମୂନା ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୮୭ ହଜାର ୯୯ ପଜିଟିଭ ରିପୋର୍ଟ ଆସିଥିବା ବେଳେ ସୁସ୍ଥ ହୋଇଛନ୍ତି ୨୭ ହଜାର ୧୩୦ ଜଣ । ଏବେ ୧୫ ହଜାର ୬୧୯ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।