ରାଜ୍ୟରେ କମୁଛି କରୋନା ସଂକ୍ରମଣ : ଦିନକରେ ୨୨୭୫ ପଜିଟିଭ, ୧୭ ମୃତ ; ଖୋର୍ଦ୍ଧାରୁ ୩୬୪ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୪୪

312

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ଘଂଟାରେ ୨୨ଶହ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୩ଶହ ୧୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୯୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୬୪ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୫୦, କଟକରୁ ୧୪୪, ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୧୧୧, ମୟୂରଭଂଜରୁ ୧୧୦, ଝାରସୁଗୁଡ଼ାରୁ ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୬ ହଜାର ୯୩୭ରେ ପହଂଚିଛି । କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨ଲକ୍ଷ ୩୦ ହଜାର ୧୯୨ଜଣ । ଏବେ ରାଜ୍ୟରେ ୨୫ ହଜାର ୬୩୫ଜଣ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ।

ଗତ ୨୪ ଘଂଟାରେ ୧୭ଜଣଙ୍କ ପ୍ରାଣ ନେଇଛି କରୋନ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ହଜାରେ ୫୭ରେ ପହଂଚିଛି ।ମୟୁରଭଂଜ ଜିଲ୍ଲାରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱରରୁ ୩ଜଣ, ପୁରୀ, ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁର, ବଲାଙ୍ଗିର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ଜଗତସିଂହପୁର,ବାଲେଶ୍ୱର, ମୟୂରଭଂଜ, ଜିଲ୍ଲାରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

Comments are closed.