ତଳକୁ ଖସୁଛି କରୋନା ସଂକ୍ରମଣ : ସାରା ରାଜ୍ୟରେ ୧୩ ଶହ ୮୯ ଆକ୍ରାନ୍ତ ଚିହ୍ନଟ, ୯ ମୃତ ; ସଂଗରୋଧରୁ ୭୯୮ ଏବଂ ସ୍ଥାନୀୟ ଅଂଚଳରୁ ୫୯୧ ଆକ୍ରାନ୍ତ ଚିହ୍ନଟ

Advertisment
ଦେଶରେ ୯୪ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ । ଗତ ୨୪ ଘଂଟାରେ ୩୮ ହଜାର ୭୭୨ ଆକ୍ରାନ୍ତ, ୪୪୩ ମୃତ ।

କନକ ବ୍ୟୁରୋ : ରାଜ୍ୟରେ ତଳକୁ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ସାରା ରାଜ୍ୟରେ ୧୩ ଶହ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୭୯୮ ଏବଂ ସ୍ଥାନୀୟ ଅଂଚଳରୁ ୫୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ୧୪୨, କଟକରୁ ୧୦୧, ଅନୁଗୁଳରୁ ୬୯, ବଲାଙ୍ଗିରରୁ ୭୦, ବରଗଡରୁ ୭୧, କେନ୍ଦ୍ରାପଡାରୁ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଂଜରୁ ୫୫, ସୁନ୍ଦରଗଡରୁ ୧୦୦, ପୁରୀରୁ ୫୮, ନୂଆପଡାରୁ ୫୯, କେନ୍ଦୁଝରରୁ ୪୯, ଯାଜପୁରରୁ ୪୬ , ଜଗତସିଂହପୁରରୁ ୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗତ ୨୪ ଘଂଟାରେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ୩ ଜଣ, ସଂବଲପୁରରୁ ଜଣେ, ଭୁବନେଶ୍ୱରରୁ ଜଣେ, କନ୍ଧମାଳରୁ ଜଣେ, କଟକରୁ ଜଣେ, ପୁରୀରୁ ଜଣେ ଏବଂ ସୁବର୍ଣ୍ଣପୁରରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୩୪୦କୁ ବୃଦ୍ଧି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe