କନକ ବ୍ୟୁରୋ : ରାଜ୍ୟରେ ତଳକୁ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ସାରା ରାଜ୍ୟରେ ୧୩ ଶହ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୭୯୮ ଏବଂ ସ୍ଥାନୀୟ ଅଂଚଳରୁ ୫୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ୧୪୨, କଟକରୁ ୧୦୧, ଅନୁଗୁଳରୁ ୬୯, ବଲାଙ୍ଗିରରୁ ୭୦, ବରଗଡରୁ ୭୧, କେନ୍ଦ୍ରାପଡାରୁ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଂଜରୁ ୫୫, ସୁନ୍ଦରଗଡରୁ ୧୦୦, ପୁରୀରୁ ୫୮, ନୂଆପଡାରୁ ୫୯, କେନ୍ଦୁଝରରୁ ୪୯, ଯାଜପୁରରୁ ୪୬ , ଜଗତସିଂହପୁରରୁ ୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ୨୪ ଘଂଟାରେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ୩ ଜଣ, ସଂବଲପୁରରୁ ଜଣେ, ଭୁବନେଶ୍ୱରରୁ ଜଣେ, କନ୍ଧମାଳରୁ ଜଣେ, କଟକରୁ ଜଣେ, ପୁରୀରୁ ଜଣେ ଏବଂ ସୁବର୍ଣ୍ଣପୁରରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୩୪୦କୁ ବୃଦ୍ଧି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/16-15.jpg)