ପୁରୀରେ କରୋନା ସଂକ୍ରମଣ ଉଦବେଗଜନକ । ଶ୍ରୀମନ୍ଦିରର ଅଢେଇଶହରୁ ଅଧିକ ସେବାୟତ ପଜିଟିଭ ଚିହ୍ନଟ : ଶ୍ରୀଜିଉଙ୍କ ନୀତିକାନ୍ତି ପ୍ରଭାବିତ ହେବା ଆଶଙ୍କା

2,376

କନକ ବ୍ୟୁରୋ : ଦିନକୁ ଦିନ ପୁରୀରେ ଅଣାୟତ ହେବାରେ ଲାଗିଛି କରୋନା ସଂକ୍ରମଣ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୭ ହଜାର ଟପିଥିବା ବେଳେ ଅଧିକରୁ ଅଧିକ ସେବାୟତ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି । ବର୍ତମାନ ସୁଦ୍ଧା ଶ୍ରୀମନ୍ଦିରର ୨୫୦ରୁ ଅଧିକ ସେବାୟତ ପଜିଟିଭ ଚିହ୍ନଟ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଶ୍ରୀମନ୍ଦିର ସେବା ପୂଜା ଓ ନୀତିକାନ୍ତି ପ୍ରଭାବିତ ହେବା ଆଶଙ୍କା ରହିଛି ।

ଏଭଳି ଘଡିସନ୍ଧି ମୁହୂର୍ତରେ କିଭଳି ପାଳିଆ ସେବାୟତଙ୍କୁ ନିୟୋଜିତ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ସହ ପରିଚାଳନା କମିଟି ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା କରାଯାଇଛି । ବର୍ତମାନ ପୁରୀ ଜିଲ୍ଲାରେ କୋଭିଡ ହାର ଉଦବେଗଜନକ ରହିଥିବା ବେଳେ କୋଭିଡ ଯୋଦ୍ଧାମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ତେଣୁ ସଚେତନ ଓ ସତର୍କ ରହିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।