ଦେଶରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ: ଗତ ୨୪ ଘଂଟାରେ ୧୭ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୧୩ଜଣଙ୍କ ମୃତ୍ୟୁ

197

କନକ ବ୍ୟୁରୋ: ଦେଶରେ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୪ମାସ ପରେ ଲମ୍ବଡିଆଁ ମାରିଛି ଦୈନିକ ସଂକ୍ରମଣ । ଗତ ୨୪ଘଂଟାରେ ଦେଶରେ ୧୭ହଜାର ୩୩୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁରୁବାର ତୁଳନାରେ ଶୁକ୍ରବାର ସଂକ୍ରମଣ ୩୦.୦୨ ପ୍ରତିଶତ ବୃଦ୍ଧି ପାଇଛି । ୧୭ହଜାର ଦୈନିକ ସଂକ୍ରମଣ ଟପିବା ସହ ଗୋଟିଏ ଦିନରେ ୧୩ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ ।ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଟୁଇଟ କରି କହିଛି କି ଦେଶରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବିଭିନ୍ନ ହସପିଟାଲରେ ଏବେ ସୁଦ୍ଧା ୮୮ହଜାର ୨୮୪ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ଦିନକରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ହଜାର ୨୯୪କୁ ବୃଦ୍ଧି ପାଇଛି ।ଦେଶରେ ସବୁଠୁ ଅଧିକ ସଂକ୍ରମିତ ମହାରାଷ୍ଟ୍ର, ଦିଲ୍ଲୀରୁ ଚିହ୍ନଟ ହେଉଛନ୍ତି ।