କନକ ବ୍ୟୁରୋ: କରୋନା ଆକ୍ରାନ୍ତ ସଂଖ୍ୟାରେ ସ୍ପେନକୁ ଟପିଲା ଭାରତ । ସର୍ବାଧିକ କରୋନା ଆକ୍ରାନ୍ତ ସଂଖ୍ୟାରେ ଭାରତ ଏବେ ବିଶ୍ୱରେ ସ୍ପେନକୁ ପଛରେ ପକାଇ ପଂଚମ ସ୍ଥାନକୁ ଆସିଛି । ଗତ ୨୪ ଘଂଟାରେ ଭାରତରେ ୯ ହଜାର ୯୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭାରତର ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୨୮କୁ ବୃଦ୍ଧି ହୋଇଛି । ୨୮୭ ନୂଆ ମୃତକଙ୍କ ସହିତ ଭାରତରେ ମୋଟ୍ ମୃତ୍ୟୁ ସଂଖ୍ୟା ୬ ହଜାର ୯୨୯ କୁ ବୃଦ୍ଧି ହୋଇଛି । ଭାରତରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୪୬ ହଜାର ୯୨୯ ରହିଛି । ବିଶ୍ୱରେ ସ୍ପେନରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୪୧ ହଜାର ୩୧୦ ରହିଛି । ତେଣୁ ବିଶ୍ୱ ତାଲିକାରେ ଭାରତ ପଛକୁ ରହିଛି ସ୍ପେନ । ସର୍ବାଧିକ ଆକ୍ରାନ୍ତ ସଂଖ୍ୟାରେ ଶୀର୍ଷରେ ରହିଛି ଆମେରିକା

Advertisment

• ଆମେରିକାରେ ଆକ୍ରାନ୍ତ ସଂଖ୍ୟା ୧୯ ଲକ୍ଷ ୨୦ ହଜାର ୬୧ ରହିଛି ।

• ଆମେରିକାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯ ହଜାର ୮୦୨ ରହିଛି ।

• ବ୍ରାଜିଲରେ ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷ ୭୨ ହଜାର ୮୪୬ ରହିଛି । ମୃତ୍ୟୁସଂଖ୍ୟା ୩୫ ହଜାର ୯୩୦ ରହିଛିା

• ଋଷରେ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୫୮ ହଜାର ୧୦୨ ରହିଛି । ମୃତ୍ୟୁସଂଖ୍ୟା ୫୭୧୭ ରହିଛି

• ବ୍ରିଟେନରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୮୬ ହଜାର ୨୯୪ ରହିଛି । ମୃତ୍ୟୁସଂଖ୍ୟା ୪୦ ହଜାର ୫୪୮ ରହିଛି ।

• ସ୍ପେନରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୪୧ ହଜାର ୩୧୦ ରହିଛି । ମୃତ୍ୟୁସଂଖ୍ୟା ୨୭ ହଜାର ୧୩୫ ରହିଛି

ଭାରତରେ ସବୁଠାରୁ କରୋନା ପ୍ରଭାବିତ ରାଜ୍ୟ ମଧ୍ୟରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୮୨ ହଜାର ୯୬୮ ରହିଛି । ମୃତ୍ୟୁ ସଂଖ୍ୟା ୨୯୬୯ ରହିଛି । ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ୪୨ ହଜାର ୬୦୯ ରହିଛି । ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ୨ ହଜାର ୭୩୭ ଆକ୍ରାନ୍ତ ଚିହ୍ନଟ ହେବା ସହ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତ ସଂଖ୍ୟାରେ ମହାରାଷ୍ଟ୍ର ଚୀନର ନିକଟତର ହୋଇଛି । ଚୀନରେ ଆକ୍ରାନ୍ତ ସଂଖ୍ୟା ୮୪ ହଜାର ୧୮୬ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୮୨ ହଜାର ୯୬୮ କୁ ବୃଦ୍ଧି ପାଇଛି ।