ରେକର୍ଡ ଭାଙ୍ଗୁଛି କରୋନା: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାର, ମୋଟ ସଂଖ୍ୟା ୨,୦୭,୬୧୫କୁ ବୃଦ୍ଧି; ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ ଦ୍ରୁତ ଗତିରେ ବଢୁଛି

687

କନକ ବ୍ୟୁରୋ: ଦେଶରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୮ ହଜାର ୯୦୯ ଜଣ ନୂଆ ଆକ୍ରାନ୍ତଙ୍କ ମିଶାଇ ମୋଟ ସଂଖ୍ୟା ୨ ଳକ୍ଷ ୭ ହଜାର ୬୧୫ରେ ପହଁଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୩୦୩ ଜଣ ସୁସ୍ଥ ହୋଇଥିବାବେଳେ ୧ ଳକ୍ଷ ୧ ହଜାର ୪୯୭ ସକ୍ରିୟ ଅଛନ୍ତି । ୨୪ ଘଂଟାରେ ୨୧୯ ନୂଆ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୭୦ ହଜାର ପାଖାପାଖି ସଂକ୍ରମିତ ହୋଇଥିବାବେଳେ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି ।

ବିଶ୍ୱର ସପ୍ତମ ଦେଶ ଭାବେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଲକ୍ଷ ପାର କରିଛି । ଆମେରିକାରେ ୧୮ ଳକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୧ ଲକ୍ଷ ୬ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ବିଶ୍ୱର ୨୧୩ଟି ଦେଶରେ ମୋଟ ୬୩ ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩ ଲକ୍ଷ ୮୧ ହଜାର ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।