ଦୈନିକ ସଂକ୍ରମଣ ହାରରେ ଭାରତର ପୁଣି ଅଲୋଡା ରେକର୍ଡ: ପ୍ରତି ଦିନ ହେଉଥିବା ୩ଟି ସଂକ୍ରମଣ ମଧ୍ୟରୁ ଗୋଟିଏ କେବଳ ଭାରତୀୟ; ଗତ ୨୪ଘଂଟାରେ ହୋଇଛି ୩ଲକ୍ଷରୁ ଅଧିକ ସଂକ୍ରମଣ

କେବଳ ଭାତରରେ ସଂକ୍ରମଣ ୯୨ହଜାର

296

କନକ ବ୍ୟୁରୋ: ଦୈନିକ ସଂକ୍ରମଣ ହାରରେ ପୁଣି ଭାରତର ଅଲୋଡା ରେକର୍ଡ । ପ୍ରତି ଦିନ ସାରା ବିଶ୍ୱରେ ହେଉଥିବା ୩ଟି ସଂକ୍ରମଣ ମଧ୍ୟରୁ ଗୋଟିଏ କେବଳ ଭାରତୀୟ । ଗତ ୨୪ଘଂଟାରେ ସାରା ବିଶ୍ୱରେ ମୋଟ ୩ଲକ୍ଷ ୭ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଗତ ୨୪ଘଂଟାରେ ଭାରତରେ ୯୨ହଜାର ୭୧ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଭୂତାଣୁ ସଂକ୍ରମିତ ହୋଇ ସାରା ବିଶ୍ୱରେ ୫ହଜାର ୫୩୭ଜଣ ପ୍ରାଣ ହରାଇଛନ୍ତି । ସାରା ବିଶ୍ୱରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରତି ୩ଜଣରେ ଜଣେ ଭାରତୀୟ ରହିଛନ୍ତି । ଏହାପୂର୍ବରୁ ସେପେଟମ୍ବର ୬ତାରିଖରେ ସାରା ବିଶ୍ୱରେ ସର୍ବାଧିକ ୩ଲକ୍ଷ ୬ହଜାର ୮୫୭ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଏଥିରେ ସବୁଠୁ ଅଧିକ ଭାରତ, ଆମେରିକା ଓ ବ୍ରାଜିଲରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ସାରା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮ଲକ୍ଷ ଟପିଛି । ଗତ ୨୪ଘଂଟାରେ ୯୨ହଜାର ୭୧ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮ଲକ୍ଷ ୪୬ ହଜାର ୪୨୮କୁ ବୃଦ୍ଧି ପାଇଛି । ଏହାସହ ଗତ ୨୪ଘଂଟାରେ କରୋନା ଭୂତାଣୁ ସଂକ୍ରମଣରେ ୧ହଜାର ୧୩୬ଜଣଜଣଙ୍କର ମୃତ୍ୟୁ ହେବା ସହ ମୋଟ ମୃତକଙ୍କ ସଂଖ୍ୟା ୭୯ହଜାର ୭୨୨କୁ ବୃଦ୍ଧି ପାଇଛି । ତେବେ ବର୍ତମାନ ଦେଶରେ ୯ଲକ୍ଷ ୮୬ହଜାର ୫୯୮ଟି ସକ୍ରୀୟ ମାମଲା ଥିବା ବେଳେ ୩୭ଲକ୍ଷ ୮୦ହଜାର ୧୦୮ଜଣ ସୁସ୍ଥ ହୋଇ ଫେରିଛନ୍ତି ।