୨୪ ଘଂଟାରେ ଭାରତର କରୋନା ମିଟର: ୬୨ ହଜାର ୬୪ ନୂଆ ଆକ୍ରାନ୍ତ, ହଜାରେ ସାତ ମୃତ; ସେପଟେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨ କୋଟି

Advertisment
୨୪ ଘଂଟାରେ ଭାରତର କରୋନା ମିଟର: ୬୨ ହଜାର ୬୪ ନୂଆ ଆକ୍ରାନ୍ତ, ହଜାରେ ସାତ ମୃତ; ସେପଟେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨ କୋଟି

କନକ ବ୍ୟୁରୋ: ଦେଶରେ ଉପରମୁହାଁ ହେଉଛି କରୋନା ଗ୍ରାଫ । ୨୪ ଘଂଟାରେ ଦେଶରେ ଯାଇଛି ହଜାରେ ଜୀବନ । ୬୨ ହଜାର ୬୪ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର ୭୫ରେ ପଂହଚିଛି । ଏମାନଙ୍କ ମଧ୍ୟରୁ ୧୫ ଲକ୍ଷ ୩୫ ହଜାର ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ମାମଲା ରହିଛି ୬ ଲକ୍ଷ ୩୪ ହଜାର ୯୪୫ । ଆଉ ମୃତ୍ୟୁ ସଂଖ୍ୟା ବଢି ହୋଇଛି ୪୪ ହଜାର ୩୮୬ ।

ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩୫୭୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୪୩୮୬ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୨,୦୬୪ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୪୯୪୫ ରହିଛି। ତେବେ ୨୪ ଘଣ୍ଟାରେ ୧୦୦୭ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଗତ କିଛି ଦିନ ହେବ ଏହି ସଂଖ୍ୟା ୯୦୦ ଭିତରେ ରହିଥିବା ବେଳେ ଆଜି ପୁଣି ଥରେ ୧୦୦୦ ପାର୍ କରିଛି।

ଗତକାଲି ସମଗ୍ର ଦେଶରେ ୬୪,୩୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଯାହା ଦ୍ବାରା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୫୩,୦୧୦ଦନ ପହଞ୍ଚିଥିଲା। ଏହା ସହ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮୦୮୮୪ ଜଣ ସୁସ୍ଥ ହୋଇଥିଲେ ଏବଂ ବାକି ୪୩୩୭୯ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଜଣାପଡ଼ିଥିବା ୬୪,୪୦୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୮୭୪୭ ରହିଥିଲା। ୨୪ ଘଣ୍ଟାରେ ୮୬୧ଆକ୍ରାନ୍ତ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe