କନକ ବ୍ୟୁରୋ: ସଂଖ୍ୟା ବଢୁଛି, ଚିନ୍ତା ବଢୁଛି । ଦେଶରେ ୬୦ ହଜାର ନିକଟତର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୯ ଶହ ଟପିଲା ମୃତ୍ୟୁ ସଂଖ୍ୟା । ତେବେ ଶେଷ ଖବର ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯ ଶହ ୮୧କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୬୦ ହଜାର ନିକଟତର ତଥା ୫୯ ହଜାର ୬୬୨କୁ ବଢିଗଲାଣି ।
ତେବେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯ହଜାର ୬୩ ରହିଛି । ସେହିପରି ମୃତ୍ୟୁ ସଂଖ୍ୟା ୭୩୧କୁ ବୃଦ୍ଧି ପାଇଛି । ଗୁଜରାଟରେ ୭ହଜାର ୪୦୨ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୪୯କୁ ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ ୬ ହଜାର ୩୧୮ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୬୮ । ସେହିପରି ମଧ୍ୟପ୍ରଦେଶରେ ୩ ହଜାର ୩୪୧ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି । ଏବଂ ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତ ସଂଖ୍ୟା ୧୬୭୮କୁ ବୃଦ୍ଧି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି ହୋଇଛି ।
ତେବେ ଆଶ୍ୱସ୍ତିକର ଖବର ହେଲା ବର୍ତମାନ ସୁଦ୍ଧା ୨୧୬ ଜିଲ୍ଲାରେ କେହି କରୋନା ଆକ୍ରାନ୍ତ ବାହାରିନାହାନ୍ତି । ଅତି କମରେ ୪୨ ଟି ଜିଲ୍ଲାରେ ଗତ ୨୮ ମଧ୍ୟରେ ଗୋଟିଏ ହେଲେ ନୂଆ ଆକ୍ରାନ୍ତ ବାହାରିନାହାନ୍ତି । ସେହିଭଳି ଗତ ୨୧ ଦିନ ହେଲା ୨୯ ଜିଲ୍ଲାରେ, ୧୪ ଦିନ ହେଲା ୩୬ ଜିଲ୍ଲାରେ ଓ ୭ ଦିନ ହେଲା ୪୬ ଜିଲ୍ଲାରେ ନୂଆ ଆକ୍ରାନ୍ତ ଆସିନାହାନ୍ତି । ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ, ଉତରପ୍ରଦେଶ, ତାମିଲନାଡୁ, ରାଜସ୍ଥାନରେ ଅବରୋଧ ବ୍ୟବସ୍ଥାକୁ କଡାକଡି କରିବାକୁ ନିଷ୍ପତି ନହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/5-4.jpg)