ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ନିକଟତର…ମୃତ୍ୟୁ ସଂଖ୍ୟା ୨୬ଶହ ଟପିଲା: ଗତ ୨୪ ଘଂଟା ଭିତରେ କରୋନାରେ ଜୀବନ ହାରିଲେ ଶହେ ସଂକ୍ରମିତ

ଚିକିତ୍ସିତ ହେଉଛନ୍ତି ୫୧,୪୦୧ ଜଣ : ସୁସ୍ଥ ହେଲେଣି ୨୭,୯୧୯ ଜଣ

324

କନକ ବ୍ୟୁରୋ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୨୬ଶହ ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ତାଜା ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬୪୯କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଦେଶରେ ୧୦୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ହଜାର ୯୬୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ଏହାସହିତ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୧ହଜାର ୯୭୦କୁ ବୃଦ୍ଧି ପାଇଛି । ଏବେ ଦେଶରେ ବର୍ତ୍ତମାନ ସୁଦ୍ଧା ୨୭୯୨୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ, ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୨୭ ହଜାର ୫୨୪ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୧୯କୁ ବୃଦ୍ଧି ପାଇଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟାରେ ଗୁଜରାଟକୁ ଟପିଲା ତାମିଲନାଡୁ । ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୬୭୪ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୬ ରହିଛି । ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୫୯୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୮୬ ଛୁଇଁଛି ।

ସେହିଭଳି ଦିଲ୍ଲୀରେ ୮ ହଜାର ୪୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୧୧୫ରେ ପହଂଚିଛି । ତେବେ ଆନ୍ଧ୍ରପ୍ରଦେଶରେ ୨୨୦୫ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୮ରେ ପହଂଚିଛି । ମଧ୍ୟପ୍ରଦେଶରେ ମଧ୍ୟ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଁ ୪ହଜାର ୪୪୨୬ରେ ପହଂଚିଛି ଏବଂ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୩୭ ଏବଂ ରାଜସ୍ଥାନରେ ୪ ହଜାର ୫୩୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୨୫କୁ ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।