ଦେଶରେ ବଢୁଛି କରୋନା ଗ୍ରାଫ୍: ଦିନକରେ ସର୍ବାଧିକ ୨୭ ହଜାରରୁ ଅଧିକ ଆକ୍ରାନ୍ତ, ୫୧୯ ମୃତ; ଜୁଲାଇ ମାସର ପ୍ରଥମ ୧୦ ଦିନରେ ଚିହ୍ନଟ ହେଲେଣି ୨ ଲକ୍ଷ ୩୬ ହଜାରରୁ ଅଧିକ ସଂକ୍ରମିତ

197

କନକ ବ୍ୟୁରୋ: ଦେଶରେ ୮ ଲକ୍ଷ ଅତିକ୍ରମ କଲା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୨୭ ହଜାର ୧୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୫୧୯ ଜଣଙ୍କ ମୁଣ୍ଡ ନେଇଛି କୋଭିଡ୍ ୧୯ ଭୂତାଣୁ । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬ରେ ପହଁଚି ଯାଇଛି । ସେହିପରି ସାରା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୨ ହଜାର ଅତିକ୍ରମ କରିଛି । ୫୧୯ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୨ ହଜାର ୧୨୩ ହୋଇଯାଇଛି । ଦେଶରେ ଏବେ ୨ ଲକ୍ଷ ୮୩ ହଜାର ୪୦୭ ଜଣ ନୂଆ ଆକ୍ଟିଭ୍ କେସ୍ ରହିଛି ।

ଚିକିତ୍ସା ପରେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଛନ୍ତି ୫ ଲକ୍ଷ ୧୫ ହଜାର ୩୮୬ । ତେବେ ଦେଶରେ ଚିନ୍ତାଜନକ ରହିଛି ମହାରାଷ୍ଟ୍ର ସ୍ଥିତି । ମହାରାଷ୍ଟ୍ରରେ ମୋଚ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୩୮ ହଜାର ଅତିକ୍ରମ କରିଛି । ସେହିପରି ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ମଧ୍ୟ ୧୦ ହଜାରର ନିକଟତର ହୋଇଗଲାଣି । ମହାରାଷ୍ଟ୍ରରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୩୮ ହଜାର ୪୬୧ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୯ ହଜାର ୮୯୩ କୁ ବୃଦ୍ଧି ହୋଇଛି । ଆକ୍ଟିଭ୍ କେସ୍ ସଂଖ୍ୟା ୯୫ ହଜାର ୯୪୩ କୁ ବୃଦ୍ଧି ହୋଇଛି ।