କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା: ଲକାଡାଉନ ବଢାଇବାକୁ ଘୋଷଣା କରିସାରିଲେଣି ଓଡିଶା ସମେତ ୫ ରାଜ୍ୟ

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ନରେନ୍ଦ୍ର ମୋଦି

712

କନକ ବ୍ୟୁରୋ: ଦେଶରେ ଲକଡାଉନର ଅବଧି ବଢିବ କି ନାହିଁ ସେ ନେଇ ସାରା ଦେଶବାସୀଙ୍କ ଅପେକ୍ଷା ରହିଛି ପ୍ରଧାନମନ୍ତ୍ରୀଙ୍କ ସଂବୋଧନକୁ । ପ୍ରଧାନମନ୍ତ୍ରୀଙ୍କ ଏହି ସଂବୋଧନ ଆଗରୁ କିଛି ରାଜ୍ୟ ଲକଡାଉନ ଅବଧିକୁ ନିଜ ରାଜ୍ୟରେ ବୃଦ୍ଧି କରିସାରିଲେଣି । ଏହି ତାଲିକାରେ ରହିଛନ୍ତି ଓଡିଶା ସମେତ ପଂଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଉତରାଖଣ୍ଡ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ଆଲୋଚନାରେ ସାମିଲ ହୋଇଥିଲେ ୧୩ ରାଜ୍ୟର ମୁଖ୍ୟମନ୍ତ୍ରୀ । ଉତରପ୍ରଦେଶ , ଦିଲ୍ଲୀ, ପଂଜାବ, ରାଜସ୍ଥାନ ଓଡିଶା ସମେତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେଶରେ ଲକଡାଉନ ଅବଧି ବଢାଇବାକୁ ଦାବି କରିଥିଲେ । ଓଡିଶା ସରକାର ଅପ୍ରେଲ ୩୦ ତାରିଖ ଯାଏଁ ତାଲାବନ୍ଦ ଅବଧି ବୃଦ୍ଧି ହୋଇଛି ।

ପଶ୍ଚିମବଙ୍ଗ ସରକାର ଆଗାମୀ ଜୁନ୍ ୧୦ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଏହାରି ଭିତରେ ଆଶା କରାଯାଉଛି ଆସନ୍ତା ୧୪ ଅପ୍ରେଲରେ ଶେଷ ହେଉଥିବା ୨୧ ଦିନର ତାଲାବନ୍ଦ ପରେ କେନ୍ଦ୍ର ସରକାର ଆଉ କିିଛି ଦିନ ଏହାକୁ ବଢ଼ାଇପାରନ୍ତି । ୧୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପରେ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି । ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଲାବନ୍ଦ ଅବଧିକୁ ବଢ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଦାବି ରଖିଥିବାରୁ ପ୍ରଧାନମନ୍ତ୍ରୀ ନିଜର ସଂବୋଧନରେ ଏନେଇ ଘୋଷଣା କରିବା ସଂଭାବନା ରହିଛି ।