କନକ ବ୍ୟୁରୋ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ୨ ଲକ୍ଷ ୨୬ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ସର୍ବାଧିକ ୯ ହଜାର ୮୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ମହାମାରୀ ଯୋଗୁଁ ୨୭୩ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୭୭୦ରେ ପହଁଚି ଥିବା ବେଳେ ମୃତ୍ୟୁ ସଂଖ୍ୟା ୬ ହଜାର ୩୪୮କୁ ବୃଦ୍ଧି ପାଇଛି ।
ସେପଟେ ଦେଶରେ ପ୍ରଥମ ଥର ପାଇଁ ଦିନକରେ ଏତେ ସଂଖ୍ୟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୬ ହଜାର ୩୪୮ ଜଣଙ୍କର ଜୀବନ କରୋନା ମହାମାରୀ ନେଇସାରିଛି । ତେବେ ଆଶ୍ୱସ୍ତିକର କଥା ହେଉଛି, କରୋନା ମହାମାରୀକୁ ମାତ୍ ଦେଇ ୧ ଲକ୍ଷ ୯ ହଜାର ୪୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି ।
ଅନ୍ୟପଟେ, ମହାରାଷ୍ଟ୍ରରେ ସର୍ବାଧିକ ୭୭ ହଜାର ୭୯୩ ଜଣ କରୋନା ସଂକ୍ରମିତ ଠାବ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୨ହଜାର ୭୧୦କୁ ବୃଦ୍ଧି ପାଇଛି । ସେହିଭଳି ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି ।