କନକ ବ୍ୟୁରୋ : ଦେଶରେ କମୁଛି କରୋନର ଦୈନିକ ସଂକ୍ରମଣ, ହେଲେ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ୯୫୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ଏହି ସଂଖ୍ୟା ଥିଲା ୮୯୩ । ତିନି ଦିନ ହେବ ଲଗାତର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ୨୪ ଘଂଟାରେ ୨ ଲକ୍ଷ ୯ ହଜାର ୯୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧୮ ଲକ୍ଷ ୩୧ ହଜାର ୨୬୮ । ଯାହାକି ମୋଟ୍ ଆକ୍ରାନ୍ତର ୪ ଦଶମିକ ୪୩ ପ୍ରତିଶତ । ଗତକାଲିଡେଲି ପଜିଟିଭିଟି ରେଟ୍ ୧୪ ଦଶମିକ ୫୦ ପ୍ରତିଶତ ଥିବା ବେଳେ ଆଜି ରହିଛି ୧୫ ଦଶମିକ ୭୭ ପ୍ରତିଶତ । ତୃତୀୟ ଲହରରେ ପ୍ରଥମ ପାଇଁ ସାପ୍ତାହିକ ସଂକ୍ରମଣ ହ୍ରାସ ପାଇଛି, ହେଲେ ମୃତ୍ୟୁ ହାର ୪୧ ପ୍ରତିଶତ ବୃଦ୍ଧି ପାଇଛି ।