କରୋନା ମେଲାଇଛି କାୟା : ୨୦ ଲକ୍ଷ ଟପିଲା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା; ଏଯାଏଁ ମାରାତ୍ମକ ଭୂତାଣୁ ନେଲାଣି ୪୧ ହଜାରରୁ ଅଧିକ ଜୀବନ

ବିଶ୍ୱ ତାଲିକାର ତୃତୀୟ ସ୍ଥାନରେ ଭାରତ

224

କନକ ବ୍ୟୁରୋ: ଦେଶରେ ବଢି ବଢି ଚାଲିଛି କରୋନା ସଂକ୍ରମଣ । ବିଶ୍ୱ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି ଏବଂ ଦେଶରେ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି । ୱାଲ୍ଡ କରୋନା ମିଟର ଅନୁସାରେ ୨୦ ଲକ୍ଷ ଟପିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହିସାବ ଅନୁସାରେ ବର୍ତମାନ ଦୈନିକ ୫୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ୬୨ ହଜାର ୧୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତମାନ ସୁଦ୍ଧାରେ ଦେଶର କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧ ହଜାର ଟପିଲାଣି ।

ୱାଲ୍ଡ କରୋନା ମିଟର ଅନୁସାରେ ଏଯାଏଁ ୪୧ ହଜାର ୬୩୮ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶରେ ସୁସ୍ଥତା ହାର ୬୭ ଦଶମିକ ୬୨ ରହିଛି । ଏହା ସହ ଦେଶରେ ୬ଟି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଲାଣି । ଏହି ରାଜ୍ୟ ଗୁଡିକ ହେଲେ ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ ଓ ଉତର ପ୍ରଦେଶ । ଏସବୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି ।