ଦିନକରେ ଦେଶରେ କରୋନାରେ ୩୭୫ ମୃତ, ୧୪ ହଜାର ୫୧୬ ନୂଆ ଆକ୍ରାନ୍ତ ଚିହ୍ନଟ: ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ଟପିଲା ୫୦ ହଜାର; ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ଲକ୍ଷେ ୨୪ ହଜାର ପାର

489

କନକ ବ୍ୟୁରୋ: ଦେଶରେ ୨୪ ଘଂଟାରେ କରୋନା ସଂକ୍ରମଣରେ ୩୭୫ ମୃତ ୧୪ ହଜାର ୫୧୬ ନୂଆ ଆକ୍ରାନ୍ତ ଚିହ୍ନଟ
ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷର ନିକଟତର ହୋଇଛି । ମୃତ୍ୟୁ ସଂଖ୍ୟା ମଧ୍ୟ ୧୩ ହଜାରର ନିକଟତର ହୋଇଛି । ଦେଶରେ ୧୪ ହଜାରରୁ ଅଧିକ ନୂ ଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮ ରହିଛି । ମୋଟ୍ ମୃତ୍ୟୁ ସଂଖ୍ୟା ୧୨ ହଜାର ୯୪୮କୁ ବୃଦ୍ଧି ହୋଇଛି । ସେପଟେ ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ଟପିଛି ୫୦ ହଜାର । ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ଲକ୍ଷେ ୨୪ ହଜାର ପାର କରିଛି । ସମୟ ବଢିବା ସହିତ କରୋନା ଆକ୍ରାନ୍ତ ସଂଖ୍ୟା ବଢିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୯୬ ଜଣ, ଆସାମରେ ୯ ଜଣ, ବିହାରରେ ୫୦ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୦ ଜଣ, ଦିଲ୍ଲୀରେ ୨୦୩୫ ଜଣ, ଗୁଜରାଟରେ ୧୬୧୮ ଜଣ, ହରିୟାଣାରେ ୧୪୪ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୭୫ ଜଣ, ଝାଡ଼ଖଣ୍ଡରେ ୧୧ ଜଣ, କର୍ଣ୍ଣାଟକରେ ୧୨୪ ଜଣ, କେରଳରେ ୨୧ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୯୫ ଜଣ, ମହାରାଷ୍ଟ୍ରରେ ୫୮୯୩ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୧ ଜଣ, ପୁଦ୍ଦୁଚେରୀରେ ୭ ଜଣ, ପଞ୍ଜାବରେ ୯୨ ଜଣ, ରାଜସ୍ଥାନରେ ୩୩୩ ଜଣ, ତାମିଲନାଡୁରେ ୬୬୬ ଜଣ, ତେଲେଙ୍ଗାନାରେ ୧୯୮ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୬ ଜଣ, ଉତ୍ତରପ୍ରଦେଶରେ ୪୮୮ ଜଣ ଏବଂ ପଶ୍ଚମବଙ୍ଗରେ ୫୨୯ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୪୫), ଆନ୍ଧ୍ରପ୍ରଦେଶ (୭୯୬୧), ଅରୁଣାଚଳ ପ୍ରଦେଶ (୧୦୩), ଆସାମ (୪୯୦୪), ବିହାର (୭୧୮୧), ଚଣ୍ଡିଗଡ଼ (୩୮୧), ଛତିଶଗଡ଼ (୨୦୨୮), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୬୨) ଜଣ, ଦିଲ୍ଲୀ (୫୩୧୧୬), ଗୋଆ (୭୨୫), ଗୁଜରାଟ (୨୬୧୪୧), ହରିୟାଣା (୯୭୪୩), ହିମାଚଳ ପ୍ରଦେଶ (୬୧୯), ଜମ୍ମୁ ଓ କଶ୍ମୀର (୫୬୮୦), ଝାଡ଼ଖଣ୍ଡ (୧୯୬୫) କର୍ଣ୍ଣାଟକ (୮୨୮୧), କେରଳ (୨୯୧୨), ଲଦାଖ (୭୪୪), ମଧ୍ୟପ୍ରଦେଶ (୧୧୫୮୨), ମହାରାଷ୍ଟ୍ର (୧୨୪୩୩୧), ମଣିପୁର (୬୮୧), ମେଘାଳୟ (୪୪), ମିଜୋରାମ (୧୩୦), ନାଗାଲାଣ୍ଡ (୧୯୮),  ଓଡ଼ିଶା (୪୬୭୭), ପୁଦ୍ଦୁଚେରୀ (୨୮୬), ପଞ୍ଜାବ (୩୮୩୨), ରାଜସ୍ଥାନ (୧୪୧୫୬), ସିକିମ୍ (୭୦), ତାମିଲନାଡୁ (୫୪୪୪୯), ତେଲେଙ୍ଗାନା (୬୫୨୬), ତ୍ରିପୁରା (୧୧୭୮), ଉତ୍ତରାଖଣ୍ଡ (୨୧୭୭), ଉତ୍ତରପ୍ରଦେଶ (୧୫୭୮୫) ଓ ପଶ୍ଚିମବଙ୍ଗ (୧୩୦୯୦) ।