ତାଲାବନ୍ଦ ଯୋଗୁଁ ଟଳିଛି କରୋନାର ବିସ୍ଫୋରକ ସ୍ଥିତି: ନହେଲେ ୧୪ରୁ ୨୯ଲକ୍ଷକୁ ଟପିଥାନ୍ତା ଆକ୍ରାନ୍ତଙ୍କ ସଂଖ୍ୟା; କେନ୍ଦ୍ର ସରକାର କହିଲେ, ସଠିକ୍ ପଦକ୍ଷେପ ନେଇନଥିଲେ ଯାଇଥାନ୍ତା ୩୭ରୁ ୭୮ ହଜାର ଲୋକଙ୍କ ଜୀବନ

ଭାରତର ଏବେ ସୀମିତ ଅଂଚଳରେ କରୋନାର ପ୍ରକୋପ

817

କନକ ବ୍ୟୁରୋ: ଭାରତରେ କରୋନା ସଂକ୍ରମଣ ଯୋଗୁଁ ୩୭ ହଜାରରୁ ୭୮ ହଜାର ଲୋକଙ୍କୁ ଜୀବନ ଯାଇଥାନ୍ତା । ଆଜିର ଦିନରେ ୧୪ ଲକ୍ଷରୁ ୨୯ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥାନ୍ତେ । ଠିକ୍ ସମୟରେ ଉଚିତ ପଦକ୍ଷେପ ନିଆଯାଇନଥିଲେ ସ୍ଥିତି ଅସମ୍ଭାଳ ହୋଇପଡିଥାନ୍ତା ବୋଲି କହିଛନ୍ତି କେନ୍ଦ୍ର ସରକାର । ଖାଲି ଏତିକି ନୁହେଁ ବ୍ୟାପକ ସଚେତନତା ଓ ତାଲାବନ୍ଦ ଯୋଗୁଁ ୬୮ ହଜାର ମୃତ୍ୟୁକୁ ମଧ୍ୟ ରୋକା ଯାଇପାରିଲା ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍୍ୟ ମନ୍ତ୍ରାଳୟ ।

ଦେଶରେ ଏବେ ଦୈନିକ ଏକ ଲକ୍ଷ ନମୁନା ଯାଂଚ କରାଯାଉଛି । ଗୋଟିଏ ଦିନରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ୫ଟି ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଦିଲ୍ଲୀର । ତେଣୁ ଭାରତରେ କରୋନାର ପ୍ରକୋପ ସୀମିତ ଅଂଚଳରେ ରହିଛି ବୋଲି କୁହାଯାଇ ପାରିବ । ତେବେ ତାଲାବନ୍ଦ ଯୋଗୁଁ କରୋନା ଜନିତ ମୃତ୍ୟୁ ହାର ହ୍ରାସ ପାଇଥିବା ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।