କନକ ବ୍ୟୁରୋ : ଦେଶରେ ୭ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା । ମୃତ୍ୟୁ ସଂଖ୍ୟା ଅତିକ୍ରମ କଲା ୨୦ ହଜାର । ଗତ ୨୪ ଘଂଟାରେ ୨୨ ହଜାର ୨୫୨ ନୂଆ ଆକ୍ରାନ୍ତ ଓ ୪୬୭ ନୂଆ ମୃତକଙ୍କ ସହିତ ଦେଶରେ ଏଭଳି କିଛି ରହିଛି କରୋନାର ବିସ୍ଫୋରକ ଚିତ୍ର । ୨୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ପହଁଚିଛି ୭ ଲକ୍ଷ ୧୯ ହଜାର ୬୬୫ । ୪୬୭ ନୂଆ ମୃତକଙ୍କ ସହିତ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୦ ହଜାର ୧୬୦ ଛୁଇଁଛି ।
ସେପଟେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ଦିଲ୍ଲୀରେ ସଂଖ୍ୟା ପାର କରିଛି ଏକ ଲକ୍ଷ । ଦେଶରେ ୭ ଲକ୍ଷ ଆକ୍ରାନ୍ତ ସହିତ ବିଶ୍ୱରେ ଭାରତ ରହିଛି ତୃତୀୟ ସ୍ଥାନରେ । ଶୀର୍ଷରେ ଆମେରିକା ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛି ବ୍ରାଜିଲ । ଭାରତ ତୃତୀୟ ଓ ଋଷ ରହିଛି ଚତୁର୍ଥ ସ୍ଥାନରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/12-6.jpg)