ଉପରମୁହାଁ ହେଉଛି ଦେଶର କରୋନା ଗ୍ରାଫ: ୨୪ ଘଂଟାରେ ୬୪ ହଜାର ୫୫୩ନୂଆ ଆକ୍ରାନ୍ତ, ହଜାରରୁ ଅଧିକ ମୃତ; ୪୮ ହଜାର ଟପିଲା ମୃତ୍ୟୁସଂଖ୍ୟା

196

କନକ ବ୍ୟୁରୋ: ଦେଶରେ ପୁଣି ଗୋଟିଏ ଦିନରେ ୬୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ସହ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଂଟାରେ ଦେଶରେ ମୋଟ୍ ୬୪ ହଜାର ୫୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଏକ ହଜାର ସାତ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଂଟାରେ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୮ ହଜାର ଅତିକ୍ରମ କରିଛି ।

ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୮ ହଜାର ୪୦କୁ ବୃଦ୍ଧି ହୋଇଛି । ସେହିପରି ୬୪ ହଜାର ୫୫୩ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୨୪ ଲକ୍ଷ ୬୧ ହଜାର ୧୯୧ ରହିଛି । ଏହା ମଧ୍ୟରେ ୬ ଲକ୍ଷ ୬୧ ହଜାର ୫୯୫ ରହିଛି । ଚିକିତ୍ସା ପରେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଛନ୍ତି ୧୭ ଲକ୍ଷ ୫୧ ହଜାର ୫୫୬ ଜଣ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି ।