କରୋନା କବଜାରେ ମହାରାଷ୍ଟ୍ର । ପୁନେରେ ଦଂପତିଙ୍କଠାରେ ଚିହ୍ନଟ ହେଲା ଚାଇନା ଭାଇରସ୍ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୭କୁ ବୃଦ୍ଧି

461

କନକ ବ୍ୟୁରୋ: ଭାରତରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଭାଇରସ ରୋଗୀଙ୍କ ସଂଖ୍ୟା । ଦେଶରେ ଆକ୍ରାନ୍ତ୍ରଙ୍କ ସଂଖ୍ୟା ବର୍ତ୍ତମାନ ୪୭ରେ ପହଂଚିଛି । ଦେଶରେ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ କବଜା କରିଚାଲିଛି ଏହି ଭୟଙ୍କର ଭୁତାଣୁ । କେରଳ, ଦିଲ୍ଲୀ, ୟୁପି, ପଂଜାବ, ବେଙ୍ଗାଲୁରୁ ଏବଂ ଜାମ୍ମୁ ପରେ ମହାରାଷ୍ଟ୍ର ଆଜି ଚିହ୍ନଟ ହୋଇଛି ଆଉ ଦୁଇ ଜଣ କରୋନା ରୋଗୀ ।

ତେବେ ମହାରାଷ୍ଟ୍ର ପୁନେରେ କରୋନା ଭାଇରସର ଏହା ପ୍ରଥମ ମାମଲା । ଏକ ଦଂପତିଙ୍କଠାରେ ଚିହ୍ନଟ ହୋଇଛି କରୋନା ଭୁତାଣୁ । ସେମାନେ ଜାନୁଆରୀ ୧ ତାରିଖରେ ଦୁବାଇରୁ ପୁନେ ଫେରିଥିଲେ । ତେବେ ଦୁବାଇରୁ ଫେରିବା ପରେ ସେମାନଙ୍କଠାରେ ସେଭଳି କିଛି ଲକ୍ଷଣ ଦେଖା ଯାଇନଥିବା ବେଳେ ହଠାତ୍ ଗତକାଲି ଉଭୟେ ଅସୁସ୍ଥତା ଅନୁଭବ କରିଥିଲେ । ଏହାପରେ ସେମାନେ ରକ୍ତ ପରୀକ୍ଷା କରିବା ପରେ ସେମାନଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଥିଲା । ଏବେ ସେମାନଙ୍କୁ କରୋନା ଓାର୍ଡରେ ରଖି ସ୍ୱତନ୍ତ୍ର ଚିକିତ୍ସା କରାଯାଇଛି ।

ସେପଟେ କରୋନାକୁ ନେଇ ଗତକାଲି ପୁଣି ଥରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସମୀକ୍ଷା ବୈଠକ କରାଯାଇଥିଲା । ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ-ରାଜ୍ୟପାଳ ଅନିଲ ବଜେଲ ସାମିଲ ହୋଇଥିଲେ । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବର୍ତମାନ ଦେଶରେ ଆକ୍ରାନ୍ତ୍ରଙ୍କ ସଖ୍ୟା ୪୩ ରହିଛି । ତେବେ ସେମାନଙ୍କ ମଧ୍ୟରୁ ତିନି ଜଣକୁ ସୁସ୍ଥ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଦେଶର ବିଭିନ୍ନ ସ୍ଥାନରେ ଯାଂଚ ପ୍ରକ୍ରିୟା କଡାକଡା କରାଯାଉଛି ଏବଂ ଲୋକଙ୍କୁ ଭାଇରସରୁ କିଭଳି ସୁରକ୍ଷିତ ରହିପାରିବେ ସେନେଇ ସଚେତନ ମଧ୍ୟ କରାଯାଉଛି । ବର୍ତମାନ ଦେଶରେ କରୋନା ଭାଇରସ ଯାଂଚ କରିବା ପାଇଁ ୪୬ଟି ସ୍ୱତନ୍ତ୍ର ଲ୍ୟାବ କାର୍ଯ୍ୟକାରୀ ହେଉଛି ।