କନକ ବ୍ୟୁରୋ: ଆପଣଙ୍କ ଜୀବନର ଗତିରେ ବ୍ରେକ ଲଗାଇଥିବା କରୋନା ଭାଇରସ ପୁଣିଥରେ ଫେରିଛି । ଦେଶରେ ପ୍ରତ୍ୟେକ ଦିନ କରୋନାର ମାମଲା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ୪ ହଜାରରୁ ୫ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୪୪୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ପାର କରିସାରିଛି ।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ୨୩ ହଜାର ୯୧ ସକ୍ରିୟ ସଂକ୍ରମିତ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୫୩ ହଜାର ୯୧୬ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ମୋଟ ୪ କୋଟି, ୪୧ ଲକ୍ଷ, ୭୯ ହଜାର ୭୧୨ ଜଣ କରୋନା ଲଢେଇରେ ବିଜୟୀ ହୋଇଛନ୍ତି । ନିକଟରେ କରୋନାର ଏକ ଲକ୍ଷ ୩୧ ହଜାର ୮୬ଟି ସାମ୍ପୁଲ ପରୀକ୍ଷା କରାଯାଇଥିଲା । ସେହିଭଳି ଏବେ ସୁଦ୍ଧା ଦେଶରେ କୋଭିଡ୍ ଭ୍ୟାକସିନର ହାର ସଫଳ ରହିଛି । ଗତକାଲି ୧୯୭୯ ଡୋଜ୍ ଟିକା ଲୋକଙ୍କୁ ପ୍ରଦାନ କରାଯାଇଛି।