କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠାରୁ ଆଗରେ ଆମେରିକା: ଗତ ୨୪ ଘଂଟାରେ ୧୮୯୧ ଜଣ ଆକ୍ରାନ୍ତ ଚିହ୍ନଟ; ବିଶ୍ବବ୍ୟାପୀ ୨୧ ଲକ୍ଷ ୬୪ ହଜାର ଆକ୍ରାନ୍ତ, ୧ ଲକ୍ଷ ୪୬ ହଜାର ମୃତ

516

କନକ ବ୍ୟୁରୋ: ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି କରୋନା । କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠାରୁ ଆଗରେ ରହିଛି ଆମେରିକା । ଆମେରିକାରେ ଗତ ୨୪ ଘଂଟାରେ ୧୮୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆମେରିକା ଆକ୍ରାନ୍ତ ୬ ଲକ୍ଷ ୬୫ ହଜାର ୩୩୦ ମୃତ୍ୟୁ ୩୦ ହଜାର ୩୮୪

ସ୍ପେନ୍ ଆକ୍ରାନ୍ତ ୧ ଲକ୍ଷ ୮୮ ହଜାର ୬୮ ମୃତ୍ୟୁ ୧୯ ହଜାର ୪୭୮

ଇଟାଲି ଆକ୍ରାନ୍ତ ୧ ଲକ୍ଷ ୭୨ ହଜାର ୪୩୪ ମୃତ୍ୟୁ ୨୨ ହଜାର ୭୪୭

ଜର୍ମାନୀ ଆକ୍ରାନ୍ତ ୧ ଲକ୍ଷ ୩୭ ହଜାର ୪୩୯ ମୃତ୍ୟୁ ୪ ହଜାର ୧୧୦

ବ୍ରିଟେନ ଆକ୍ରାନ୍ତ ୧ ଲକ୍ଷ ୮ ହଜାର ୬୯୬ ମୃତ୍ୟୁ ୧୪ ହଜାର ୫୭୬

ଫ୍ରାନ୍ସ ଆକ୍ରାନ୍ତ ୧ ଲକ୍ଷ ୮ ହଜାର ୧୬୩ ମୃତ୍ୟୁ ୧୮ ହଜାର ୬୫୯

ଚୀନ ଆକ୍ରାନ୍ତ ୮୪ ହଜାର ୧୮୦ ମୃତ୍ୟୁ ୪ ହଜାର ୬୬୨

ଏହା ମଧ୍ୟରେ ବିଶ୍ୱରେ କୋଭିଡ୍ ୧୯ ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ସଂଖ୍ୟା ୨୧ ଲକ୍ଷ ୬୪ ହଜାର ୧୧୧କୁ ବୃଦ୍ଧି ହୋଇଛି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ସାରା ବିଶ୍ୱରେ ୧ ଲକ୍ଷ ୪୬ ହଜାର ୧୯୮କୁ ବୃଦ୍ଧି ହୋଇଛି । ଗତ ୨୪ ଘଂଟାରେ ବିଶ୍ୱରେ ୮୨ ହଜାର ୬୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ।

ଏପଟେ, ଭାରତରେ ୧୪ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ୨୪ ଘଂଟାରେ ୯୫୭ ଜଣ ନୂଆ ଆକ୍ରାନ୍ତଙ୍କ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୭୯୨କୁ ବୃଦ୍ଧି ପାଇଛି । ୩୬ ଜଣଙ୍କ ମୃତ୍ୟୁ ସହ ମୋଟରେ ୪୮୮ ଜଣଙ୍କର ଜୀବନ ଯାଇଛି ଏବଂ ୨୪ ଘଂଟାରେ ୬୭୩ ଜଣ ସୁସ୍ଥ ହେବା ସହ ମୋଟରେ ୨ହଜାର ୮୯୨ ଜଣ ସୁସ୍ଥ ହୋଇଛନ୍ତି । ତେବେ ୧୪ ଦିନ ଭିତରେ ଦେଶର ୪୫ ଟି ଜିଲ୍ଲାରେ କୌଣସି ପଜିଟିଭ୍ କେସ୍ ଆସି ନାହିଁ ।