ଦେଶରେ ବଢୁଛି ‘କରୋନା’ର କାୟା: ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ପାର୍; ଗତ ୨୪ ଘଂଟାରେ ୮୩୯୨ ନୂଆ ସଂକ୍ରମିତ ଠାବ, ୨୩୦ ଜଣଙ୍କ ଜୀବନ ନେଲା କରୋନା ମହାମାରୀ

415

କନକ ବ୍ୟୁରୋ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଭାରତରେ  ରେକର୍ଡ ସ୍ତରରେ କରୋନା । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୮ ହଜାର ୩୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୨୩୦ ଜଣଙ୍କର ଜୀବନ ଯାଇଛି । ସେହିଭଳି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ହଜାର ଟପିଛି । ତେବେ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସୂଚନା ଅନୁସାରେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ହଜାର ୩୯୪ ଛୁଇଁଲା ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬୨ ଜଣ, ଆସାମରେ ୪ ଜଣ, ବିହାରରେ ୨୧ ଜଣ, ଚଣ୍ଡିଗଡ଼ରେ ୪ ଜଣ, ଛତିଶଗଡ଼ରେ ୧ଜଣ, ଦିଲ୍ଲୀରେ ୪୭୩ ଜଣ, ଗୁଜରାଟରେ ୧୦୩୮ ଜଣ, ହରିୟାଣାରେ ୨୦ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୨୮ ଜଣ, ଝାଡ଼ଖଣ୍ଡରେ ୫ ଜଣ, କର୍ଣ୍ଣାଟକରେ ୫୧ ଜଣ, କେରଳରେ ୯ ଜଣ, ମଧ୍ୟପ୍ରଦେଶରେ ୩୫୦ ଜଣ, ମହାରାଷ୍ଟ୍ରରେ ୨୨୮୬ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୫ ଜଣ, ରାଜସ୍ଥାନରେ ୧୯୪ ଜଣ, ତାମିଲନାଡୁରେ ୧୭୩ ଜଣ, ତେଲେଙ୍ଗାନାରେ ୮୨ ଜଣ, ଉତ୍ତରାଖଣ୍ଡରେ ୫ ଜଣ, ଉତ୍ତରପ୍ରଦେଶରେ ୨୧୩ ଜଣ ଏବଂ ପଶ୍ଚମବଙ୍ଗରେ ୩୧୭ ଜଣ ।

ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୬୭୯), ଅରୁଣାଚଳ ପ୍ରଦେଶ (୪), ଆସାମ (୧୨୭୨), ବିହାର (୩୮୧୫), ଚଣ୍ଡିଗଡ଼ (୨୯୩), ଛତିଶଗଡ଼ (୪୯୮), ଦାଦର ନଗର ହାୱେଲି (୨) ଜଣ, ଦିଲ୍ଲୀ (୧୯୮୪୪), ଗୋଆ (୭୦), ଗୁଜରାଟ (୧୬୭୭୯), ହରିୟାଣା (୨୦୯୧), ହିମାଚଳ ପ୍ରଦେଶ (୩୩୧), ଜମ୍ମୁ ଓ କଶ୍ମୀର (୨୪୪୬), ଝାଡ଼ଖଣ୍ଡ (୬୧୦) କର୍ଣ୍ଣାଟକ (୩୨୨୧), କେରଳ (୧୨୬୯), ଲଦାଖ (୭୪), ମଧ୍ୟପ୍ରଦେଶ (୮୦୮୯), ମହାରାଷ୍ଟ୍ର (୬୭୬୫୫), ମଣିପୁର (୭୧), ମେଘାଳୟ (୨୭), ମିଜୋରାମ (୧), ନାଗାଲାଣ୍ଡ (୪୩),  ଓଡ଼ିଶା (୧୯୪୮), ପୁଦ୍ଦୁଚେରୀ (୭୦), ପଞ୍ଜାବ (୨୨୬୩), ରାଜସ୍ଥାନ (୮୮୩୧), ସିକିମ୍ (୧), ତାମିଲନାଡୁ (୨୨୩୩୩), ତେଲେଙ୍ଗାନା (୨୬୯୮), ତ୍ରିପୁରା (୩୧୩), ଉତ୍ତରାଖଣ୍ଡ (୯୦୭), ଉତ୍ତରପ୍ରଦେଶ (୭୮୨୩) ଓ ପଶ୍ଚିମବଙ୍ଗ (୫୫୦୧) ।