ବଢୁଛି କରୋନା ମହାମାରୀ: ୨୪ ଘଂଟାରେ ଦେଶରେ ୩୮୦ ମୃତ, ସାଢେ ୧୯ ହଜାର ନୂଆ ଆକ୍ରାନ୍ତ; ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ ବିଗୁଡୁଛି ସ୍ଥିତି

757

କନକ ବ୍ୟୁରୋ: ବଢୁଛି କରୋନା ମହାମାରୀ । ୨୪ ଘଂଟାରେ ଦେଶରେ ୩୮୦ ମୃତ ସହ ୧୯ ହଜାର ୫୦୦ ଶହ ନୂଆ ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୪୮ ହଜାର ୩୧୮କୁ ବୃଦ୍ଧି ପାଇଛି । ମୃତକଙ୍କ ସଂଖ୍ୟା ୧୬ ହଜାର ୪୭୫ରେ ପହଁଚିଛି । ଏପର୍ଯ୍ୟନ୍ତ ୩ ଲକ୍ଷ ୨୧ ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ଏବେ ୨ ଲକ୍ଷ ୧୦ ହଜାର ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ ସ୍ଥିତି ଗମ୍ଭୀର ରହିଛି ।

ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୫ ହଜାର ୪୩୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୫୬ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୧କ୍ଷ ୬୪ ହଜାର ୬୨୬ରେ ପହଁଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୪୨୯କୁ ବୃଦ୍ଧି ପାଇଛି । ସେହିପରି ଦିଲ୍ଲୀରେ ୨୪ ଘଂଟାରେ ୨ ହଜାର ୮୮୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୫ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ମୋଟ ୮୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ହଜାର ୬୨୩ ଜଣଙ୍କର ମୃତ୍ୟୁ ହୋଇଛି ।