କରୋନା ଯୋଗୁଁ ଦେଶରେ ଗଲାଣି ୨୦୬ ଜଣଙ୍କ ଜୀବନ: ୬୭୬୧ଆକ୍ରାନ୍ତଙ୍କ ମଧ୍ୟରୁ ୬୦୩୯ଜଣ ଚିକିତ୍ସିତ; ମହାରାଷ୍ଟ୍ରରେ ସର୍ବାଧିକ ୯୭ ଜଣ ଲୋକଙ୍କ ମୃତ୍ୟୁ

୫୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଲେ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା

274

କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣ ଦେଶରେ ବଢି ବଢି ଚାଲିଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ- ଆଇସିଏମଆର ଦେଇଥିବା ସୂଚନା ଅନୁସାରେ ଶୁକ୍ରବାର ରାତି ୯ଟା ସୁଦ୍ଧା ଦେଶରେ ମୋଟ ୧ ଲକ୍ଷ୬୧ ହଜାର ୩୩୦ଟି ନମୁନାରେ କରୋନା ଭୂତାଣୁ ନେଇ ପରୀକ୍ଷା କରାଯାଇଛି । ଏହି ନମୁନା ୧ ଲକ୍ଷ ୪୭ ହଜାର ୩୪ ଜଣଙ୍କ ପାଖରୁ ସଂଗ୍ରହ କରାଯାଇଛି । ସେଥିମଧ୍ୟରୁ ଏଯାଏଁ ୬ହଜାର ୮୭୨ ଜଣଙ୍କଠାରେ କରୋନା ଭୂତାଣୁ ଥିବା ଚିହ୍ନଟ କରାଯାଇଛି ।

ତେବେ ଏସବୁ ସନ୍ଦିଗ୍ଧ ବ୍ୟକ୍ତି ଏବଂ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଥିବା ଆଇସିଏମର ସୂଚନା ଦେଇଛି । ଗତକାଲି ଗୋଟିଏ ଦିନରେ ୧୫ ହଜାର ୬୬୩ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୪୩୩ ଜଣଙ୍କର ନମୁନା ପଜିଟିଭ୍ ଆସିଥିବା ଆଇସିଏମଆର ବିଜ୍ଞପ୍ତିରେ ପ୍ରକାଶ । ସେପଟେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଶେଷ ଖବର ସୁଦ୍ଧା ୫୧୫ ସୁସ୍ଥ ହୋଇ ଫେରିଥିବା ବେଳେ ୨୦୬ ଜଣଙ୍କର ମୃତ୍ୟୁ ଘଟିଛି ।