ଦେଶରେ ୧୪ ହଜାର ୭ ଶହ ୯୨ କରୋନା ଆକ୍ରାନ୍ତ: ବର୍ତ୍ତମାନ ସୁଦ୍ଧା ୪୮୮ ଜଣଙ୍କ ମୃତ୍ୟୁ; ୧୪ ଦିନରେ ୪୫ ଜିଲ୍ଲାରୁ ଆସିନାହିଁ ପଜିଟିଭି କେସ୍

ସୁସ୍ଥ ହେଲେଣି ୨ ହଜାରରୁ ଅଧିକ

293

କନକ ବ୍ୟୁରୋ: ଭାରତରେ ୧୪ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ୨୪ ଘଂଟାରେ ୯୫୭ ଜଣ ନୂଆ ଆକ୍ରାନ୍ତଙ୍କ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୭୯୨କୁ ବୃଦ୍ଧି ପାଇଛି । ୩୬ ଜଣଙ୍କ ମୃତ୍ୟୁ ସହ ମୋଟରେ ୪୮୮ ଜଣଙ୍କର ଜୀବନ ଯାଇଛି ଏବଂ ୨୪ ଘଂଟାରେ ୬୭୩ ଜଣ ସୁସ୍ଥ ହେବା ସହ ମୋଟରେ ୨ହଜାର ୮୯୨ ଜଣ ସୁସ୍ଥ ହୋଇଛନ୍ତି । ତେବେ ୧୪ ଦିନ ଭିତରେ ଦେଶର ୪୫ ଟି ଜିଲ୍ଲାରେ କୌଣସି ପଜିଟିଭ୍ କେସ୍ ଆସି ନାହିଁ । ଆଉ ଏହାରି ଭିତରେ ଆସିଛି ଚିନ୍ତା ଜନକ ଚିତ୍ର । ନିଜାମୁଦ୍ଦିନ ଘଟଣା କାରଣରୁ ୨୩ଟି ରାଜ୍ୟରେ ବଢିଛି ସଂକ୍ରମିତଙ୍କ ସଂଖ୍ୟା । କେବଳ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଥିବାବେଳେ ୨୦୧ ଜଣ ପ୍ରାଣ ହରାଇଲେଣି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ମୁତାବକ ପ୍ରତ୍ୟେକ ୨୪ଟି ନମୁନା ଯାଞ୍ଚରେ ଗୋଟିଏ ପଜିଟିଭ୍‌ ମିଳୁଛି। ଭାରତରେ ମୃତ୍ୟୁ ସଂଖ୍ୟା ୪୮୮ରେ ପହଞ୍ଚିଥିବା ବେଳେ ଦେଶର ସମସ୍ତ ଅଂଚଳରେ କରୋନା ମୁକାବିଲା ପାଇଁ ଯୁଦ୍ଧସ୍ତରରେ ପ୍ରୟାସ ଜାରି ରହିଛି। ଦେଶରେ କରୋନା ଭାଇରସ୍‌ ଟେଷ୍ଟ୍‌ ସଂଖ୍ୟା ୩ ଲକ୍ଷ ୧୮ ହଜାର ଅତିକ୍ରମ କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ଲୋକଙ୍କ ନମୁନା ପରୀକ୍ଷା କରାସପ୍ତାହକ ମଧ୍ୟରେ ଭାରତରେ ଟେଷ୍ଟ୍‌ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିବ। ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ମହାରାଷ୍ଟ୍ରରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬୫ରେ ପହଞ୍ଚିଛି। ଦିଲ୍ଲୀରେ ୨୪ ଘଣ୍ଟାରେ ୨୧ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬୧ରେ ପହଞ୍ଚିଛି। ଆନ୍ଧ୍ରପ୍ରଦେଶରେ ବିଗତ ୨୪ ଘଣ୍ଟାରେ ୩୧ଟି ମାମଲା ଆସିଛି। ଗୁଜରାଟରେ ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି। ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଯାଇଛି। ରାଜଧାନୀ ଅହମଦାବାଦ ରୋଡ୍‌ଜୋନ୍‌ ଘୋଷିତ ହୋଇଛି। ରାଜସ୍ଥାନରେ ଦିନକ ମଧ୍ୟରେ ଆଉ ୪୧ଟି ପଜିଟିଭ ମାମଲା ଆସିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି।