କରୋନା କବଳରେ କେରଳ ! କେରଳର ଆଉ ୫ ଜଣଙ୍କୁ ଆକ୍ରାନ୍ତ କଲା କରୋନା ଭାଇରସ୍ , ପଜିଟିଭ୍ ବାହାରିଲା ରିପୋର୍ଟ

536

ସମୟ ବଢିବା ସାଙ୍ଗକୁ ବଢୁଛି କରୋନା ଭାଇରସର ଭୟ । କମିବା ବଦଳରେ ବଢୁଛି କରୋନା । କରୋନା ଭୁତାଣୁର ଚେର ଚୀନରୁ ଆରମ୍ଭ ହୋଇ ଏବେ ଭାରତ ମାଡିଆସିଲାଣି । ଭାରତର କେରଳରେ ଏବେ ୫ ଜଣଙ୍କ ନମୂନାରେ କରୋନା ପଜିଟିଭ୍ ଥିବା କଥା ସ୍ପଷ୍ଟ ହୋଇଛି । ଏହି କଥାକୁ ସ୍ପଷ୍ଟ କରିଛନ୍ତି କେରଳର ସ୍ୱାସ୍ଥ୍ୟମନ୍ତ୍ରୀ । ଆକ୍ରାନ୍ତଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍ ଆକ୍ରାନ୍ତରେ ଭାରତର ୩୯ ଟି ମାମଲା ସାମ୍ନାକୁ ଆସିଲାଣି । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ସୈଲଜା କହିଛନ୍ତି ଯେ , ୫ ଜଣ ଲୋକଙ୍କ ମଧ୍ୟରୁ ୩ ଜଣ ନିକଟରେ ଇଟାଲୀରୁ ଭାରତକୁ ଆସିଥିଲେ । ତେବେ ଆକ୍ରାନ୍ତଙ୍କ ସଂପର୍କରେ ଆସିଥିବା ଆଉ ୩ ଜଣ ଲୋକଙ୍କୁ ମଧ୍ୟ ଏହି ଭାଇରସ୍ କବଳିତ କରିଛି ।