କନକ ବ୍ୟୁରୋ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୫୦ ହଜାର ୧୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ଲକ୍ଷ ୬୪ ହଜାର୮୧୧ରେ ପହଂଚିଛି । ସେହିପରି ଗତ ୨୪ ଘଂଟାରେ ୫୭୮ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୮ ହଜାର ୫୩୪ରେ ପହଂଚିଛି ।
ସେପଟେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୦ ଲକ୍ଷ ୭୮ ହଜାର ୧୨୩ଜଣ । ସକ୍ରିୟ ଅଛନ୍ତି ୬ ଲକ୍ଷ ୬୮ ହଜାର ୧୫୪ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ହୋଇଛି ।