ହାଇଦ୍ରାବାଦରେ ‘କରୋନା’ ଆତଙ୍କ। ୩୬ ଜଣଙ୍କଠାରେ ଚାଇନା ଭାଇରସ୍ ନେଇ ସନ୍ଦେହ। ଦୁବାଇରୁ ଆସିଥିବା ବ୍ୟକ୍ତିଙ୍କ ସଂପର୍କରେ ଆସିଥିବାରୁ ସଂକ୍ରମଣ ଆଶଙ୍କା

1,126

କନକ ବ୍ୟୁରୋ: ହାଇଦ୍ରାବାଦରେ କରୋନା ଆତଙ୍କ । ହାଇଦ୍ରାବାଦର ୩୬ ରୁ ୮୮ ଜଣ କରୋନା ଭାଇରସ୍ ସଂକ୍ରମିତ୍ ହୋଇଥିବା ସନ୍ଦେହ କରାଯାଉଛି । ଏମାନଙ୍କ ମଧ୍ୟରୁ ୪୫ଜଣଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଏମାନେ ସମସ୍ତେ ଦୁବାଇରୁ ଫେରିଥିବା ହାଇଦ୍ରାବାଦର କରୋନା ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବାଙ୍ଗାଲୋରରୁ ହାଇଦ୍ରାବାଦ ଫେରିବାବେଳେ ବସ୍ରେ ଥିବା ୩୬ ଜଣ ଯାତ୍ରୀ  । ତେବେ ସେମାନେ କରୋନା ସଂକ୍ରମିତ ବୋଲି ସ୍ପଷ୍ଟ ଜଣାପଡିନାହିଁ । ଏପର୍ଯ୍ୟନ୍ତ ସେମାନଙ୍କ ରକ୍ତନମୁନାରୁ କରୋନା ପଜିଟିଭ ଆସିନାହିଁ । କିନ୍ତୁ ସେମାନେ କରୋନା ସଂକ୍ରମିତ  ଯୁବକଙ୍କ ସଂସ୍ପର୍ଶରେ ଆସିଥିବାରୁ ଏବଂ କେତେକ ଲକ୍ଷଣ ଦେଖାଦେଇଥିବାରୁ ତାଙ୍କୁ ଆଇସୋଲେସନରେ ରଖାଯାଇଛି ।

ସେପଟେ ଦିଲ୍ଲୀରେ କରୋନା ଭାଇରସ ଆତଙ୍କ ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି । ସନ୍ଦିଗ୍ଧଙ୍କୁ ଯାଂଚ କରାଯାଉଛି । ସେପଟେ ଦିଲ୍ଲୀ ନୋଏଡାର ଏକ ସ୍କୁଲରେ କରୋନା ଭାଇରସ ଖବର ଆସିବା ପରେ  ମୁଖ୍ୟ ମେଡିକାଲ ଅଫିସର ପହଂଚି ଯାଂଚ କରିଛନ୍ତି । ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଦିଲ୍ଲୀ –ଏନସିଆରରେ ୫ଟି ସ୍କୁଲ ବନ୍ଦ ରହିଛି । ଦିଲ୍ଲୀ, ଜୟପୁର ଓ ତେଲେଙ୍ଗାନାରେ  ପରେ ଆଗ୍ରାର କିଛି ସନ୍ଦିଗ୍ଧଙ୍କୁ ଦିଲ୍ଲୀ ଅଣାଯାଇଛି । ଆଗ୍ରାରେ ୬  କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । କରୋନାର ମୁକାବିଲା ପାଇଁ  ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।  ଦିଲ୍ଲୀର ୨୫ଟି  ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥ ସହ ଔଷଧ ଓ ଉପକରଣ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।

ଏପଟେ ରାଜ୍ୟକୁ ସତର୍କ କଲା ପାରାଦୀପ ବନ୍ଦରରୁ ବାହାରିଥିବା ଆମ୍ବୁଲାନ୍ସ୍ । ଦୁଇ କରୋନା ସନ୍ଦିଗ୍ଧଙ୍କୁ କଟକରେ ଭର୍ତ୍ତି କରାଯିବା ବେଳେ ଏବେ ଓଡିଶା ଚାଇନା ଭୁତାଣୁକୁ ନେଇ କୋକୁଆ ଭୟ ଖେଳିଯାଇଛି । ଆଉ ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣକୁ ନେଇ ଆଡଭାଇଜରି ଜାରି କରିଛନ୍ତି ଏସଆରସି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍-୧୯କୁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ଭାବେ ବର୍ଣ୍ଣନା କରିଛି ।  ଏହା ଧିରେ ଧିରେ ବିଶ୍ୱର ଅନ୍ୟ ଦେଶମାନଙ୍କୁ ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ ବିଶ୍ୱର ୭୫ଟି ଦେଶକୁ ଏହା ବ୍ୟାପିଛି । ଏସବୁକୁ ଆଖି ଆଗରେ ରଖି ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି । କାର୍ଯ୍ୟାଳୟକୁ ପରିଷ୍କାର ଓ ହାଇଜିନିକ ରଖିବାକୁ କୁହାଯାଇଛି । ଚଟାଣ, ଟେବୁଲ, ଡେସ୍କ. ଟେଲିଫୋନ, କିବୋର୍ଡ, ଭଲ ଭାବରେ ବିଶୋଧନ କରିବାକୁ କୁହାଯାଇଛି ।  ବିଶୋଧନ ପାଇଁ ୭୦ ପ୍ରତିଶତ ଆଲକହଲ ଯୁକ୍ତ ବିଶୋଧକ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ କର୍ମଚାରୀମାନେ ଯଥେଷ୍ଟ ସତର୍କ ରହିବାକୁ କୁାହାଯାଉଛି । ଥଣ୍ଡାରେ ସଂକ୍ରମିତ କୌଣସି ବ୍ୟକ୍ତିଙ୍କ ଅତି ନିକଟକୁ ଯିବାକୁ ମନା କରାଯାଇଛି ।  ପରସ୍ପର ସହିତ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବାକୁ ମନା କରାଯାଇଛି । ଥଣ୍ଡାରେ ଆକ୍ରାନ୍ତ ହେଲେ ଘରେ ରହିବା ପାଇଁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନହେଲେ କର୍ମଚାରୀଙ୍କୁ କରୋନା ପ୍ରଭାବିତ ଦେଶଗୁଡିକୁ ପଠାଇବା ପାଇଁ ବାରଣ କରାଯାଇଛି ।