ଦିଲ୍ଲୀରେ ପୁଣି ଫେରିପାରେ ଲକଡାଉନ: ସଂକ୍ରମଣ ବଢୁଥିବା ଅଂଚଳରେ କଟକଣା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ; ବିବାହରେ ୨୦୦ ଲୋକ ବଦଳରେ ଏବେ ସାମିଲ ହେବେ ୫୦ ଜଣ

457

କନକ ବ୍ୟୁରୋ: ଦିଲ୍ଲୀରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ପ୍ରଭାବିତ ଅଂଚଳରେ ପୁଣି ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏହାସହ ଦିଲ୍ଲୀରେ ବାହାଘର ସମୟରେ ଦିଆଯାଇଥିବା ରିହାତିକୁ ପ୍ରତ୍ୟାହାର କରିନିଆଯାଇଛି । ସମାରୋହରେ ଏବେ ୨ ଶହ ଲୋକଙ୍କ ବଦଳରେ ମାତ୍ର ୫୦ ଜଣ ସାମିଲ ହୋଇପାରିବେ ।

ଏହାଛଡା ଦିଲ୍ଲୀର ଜନଗହଳିପୂର୍ଣ୍ଣ ବଜାରକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଅମୁମତି ମାଗିଛନ୍ତି କେଜରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀର ସରକାରୀ ଓ ବେସରକାରୀ ହସପିଟାଲରେ ପର୍ଯ୍ୟାପ୍ତ ସଂଖ୍ୟାରେ ବେଡ ରହିଛି । କିନ୍ତୁ କମ ଆଇସିୟ ବେଡ ରହିଛି । ଏଥିପାଇଁ କେନ୍ଦ୍ର ସହାୟତା ଦେଇଛି । କିଛି ଲୋକ ସାମାଜିକ ଦୂରତା ଓ ମାସ୍କ ପିନ୍ଧୁ ନଥିବାରୁ ଏ ନେଇ ସତର୍କ କରାଇଛନ୍ତି ଅରବିନ୍ଦ କେଜରିୱାଲ ।

Comments are closed.